Categories: ଖେଳ

‘ଆଇପିଏଲରେ ଖେଳିବା ନେଇ ଚିନ୍ତା କରିବି’

ଚେନ୍ନାଇ,୨୦।୧୧: ଆଇପିଏଲର ଆଗାମୀ ସଂସ୍କରଣରେ ଖେଳିବା ଲାଗି ଚିନ୍ତା କରିବି। ଏଥିଲାଗି ଯଥେଷ୍ଟ ସମୟ ଅଛି। ଏଣୁ ତରତର ହୋଇ ନିଷ୍ପତ୍ତି ନେବାର ଆବଶ୍ୟକତା ନାହିଁ। ଏଭଳି କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ।

ଚେନ୍ନାଇର ଏକ ଇଭେଣ୍ଟରେ ଯୋଗଦେଇଥିବା ଧୋନୀଙ୍କୁ ଆଗାମୀ ଆଇପିଏଲରେ ଖେଳିବେ କି ବୋଲି ପଚାରାଯାଇଥିଲା। ଏହାର ଉତ୍ତରରେ ଧୋନୀ କହିଛନ୍ତି, ମୁଁ ଏହା ଉପରେ ଚିନ୍ତା କରିବି। ସେଥିଲାଗି ଢ଼େର ସମୟ ଅଛି। ଏବେ ନଭେମ୍ବର ଚାଲିଛି। ୨୦୨୨ ଆଇପିଏଲ ଆସନ୍ତା ଏପ୍ରିଲରେ ଖେଳାଯିବ। ଏଣୁ ତରତର ହୋଇ ନିଷ୍ପତ୍ତି ନେବାର କିଛି ଆବଶ୍ୟକତା ନାହିଁ। ଉଲ୍ଲେଖଯୋଗ୍ୟ, ଧୋନୀଙ୍କ ନେତୃତ୍ୱାଧୀନ ସିଏସ୍‌କେ ଚତୁର୍ଥ ଥର ପାଇଁ ଆଇପିଏଲ୍‌ ଟ୍ରଫି ହାତେଇଥିଲା।

Share