ଟୁଇଟର ମୁଖ୍ୟାଳୟ ଆଶ୍ରୟସ୍ଥଳୀ ହେବ କି

ଓ୍ବାଶିଂଟନ୍‌, ୧୧ା୪: ଟେସ୍‌ଲା ମାଲିକ ଏଲନ୍‌ ମସ୍କ ଟୁଇଟରକୁ ନେଇ ସର୍ଭେ ମାଧ୍ୟମରେ ୟୁଜର୍ସଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି। ଏବେ ମସ୍କଙ୍କ ଆଉ ଏକ ଟୁଇଟ୍‌ ଚର୍ଚ୍ଚାକୁ ଆସିଛି। ଟୁଇଟରରେ ୯.୨% ଅଂଶଧନର ମାଲିକ ବୋଲି ଘୋଷଣା କରିବା ପରେ ରବିବାର ସକାଳେ ସେ ଏକ ଟୁଇଟ କରି ପଚାରିଛନ୍ତି, ଟୁଇଟର୍‌ ସାନ୍‌ ଫ୍ରାନ୍ସିସ୍‌କୋ ମୁଖ୍ୟାଳୟକୁ ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳ କରିବା ଉଚିତ ହେବ କି? କାରଣ ଏଠାରେ କାହାକୁ ଦେଖିବାକୁ ମିଳୁନି। ଏହି ଟୁଇଟ୍‌ କରିବାର ମାତ୍ର କିଛି ଘଣ୍ଟା ଭିତରେ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ୍‌ ମିଳିଛି, ଯେଉଁଥିରେ ଅଧିକାଂଶ ୟୁଜର୍ସ ଏଥିପାଇଁ ‘ହଁ’ କହିଛନ୍ତି। ଟୁଇଟରରେ ମସ୍କଙ୍କ ୮ କୋଟିରୁ ଊର୍ଦ୍ଧ୍ୱ ଫଲୋଅର୍ସ ଅଛନ୍ତି।

Share