Posted inଖେଳ

ଭିନେଶଙ୍କୁ ମିଳିବ କି ପଦକ? ଆସିଲା ବଡ଼ ଅପଡେଟ୍‌

ପ୍ୟାରିସ,୭।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ଭିନେଶ ଫୋଗଟଙ୍କ ଅଯୋଗ୍ୟତା ପରେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ୟୁନାଇଟେଡ ୱାଲର୍‌ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)କୁ ଦାବି କରିଥିଲା ଯେ, ଭିନେଶଙ୍କୁ କିଛି ସମୟ ଦିଆଯାଉ। କିନ୍ତୁ ବର୍ତ୍ତମାନ ୟୁଡବ୍ଲ୍ୟୁଡବ୍ଲ୍ୟୁ ଅଧ୍ୟକ୍ଷଙ୍କ ମତାମତ ସାମ୍ନାକୁ ଆସିଛି। ଆବେଦନ ସତ୍ତ୍ୱେ ଭିନେଶଙ୍କ ଅଯୋଗ୍ୟତା ପ୍ରତ୍ୟାହାର କରାଯିବ ନାହିଁ। ଏହା ଭିନେଶ ଏବଂ ୧୪୦ କୋଟି ଭାରତୀୟଙ୍କ ପାଇଁ ଆଉ ଏକ ବଡ଼ ଝଟକା।
ଫାଇନାଲ ମ୍ୟାଚ ପୂର୍ବରୁ ଭିନେଶ ଫୋଗାଟଙ୍କ ଓଜନ ୧୦୦ ଗ୍ରାମ ଅଧିକ ବୋଲି ଜଣାପଡିଛି, ଏହି କାରଣରୁ ତାଙ୍କୁ ପଦକ ଜିତିବାକୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭାରତୀୟ ରେସଲିଂ ଆସୋସିଏସନ ପକ୍ଷରୁ ଏକ ଆବେଦନ କରାଯାଇଥିଲା,ଭିନେଶଙ୍କୁ ଆଉ କିଛି ସମୟ ଦିଆଯାଉ। ଭାରତୀୟ ଅଲିମ୍ପିକ ଆସୋସିଏସନ (ଆଇଓଆଇ) ବିବୃତ୍ତିରେ କୁହାଯାଇଛି ଯେ, ଭିନେଶ ରାତିସାରା ତାଙ୍କ ଓଜନକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ, କିନ୍ତୁ ସକାଳେ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ବୋଲି ଜଣାପଡିଛି।
ୟୁନାଇଟେଡ ୱାଲର୍‌ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ଅଧ୍ୟକ୍ଷ ନେନାଡ ଲାଲୋଭିଚ ସ୍ପଷ୍ଟ କରିଛନ୍ତି ଯେ,ଭାରତର ଆବେଦନ ସହିତ ମୋର କୌଣସି ଅସୁବିଧା ନାହିଁ, କିନ୍ତୁ ମୁଁ ଜାଣେ ଏହାର ପରିଣାମ କ’ଣ ହେବ। ମୁଁ ଭାବୁନାହିଁ ଯେ ଏହି ପ୍ରସଙ୍ଗରେ କିଛି କରିବା ସମ୍ଭବ। ଏଗୁଡିକ ପ୍ରତିଯୋଗିତାର ନିୟମ ଏବଂ ମୁଁ ଭାବୁନାହିଁ କି ନିୟମଗୁଡିକ ପରିବର୍ତ୍ତନ କରାଯାଇପାରିବ।
ପ୍ୟାରିସରେ ଗଣମାଧ୍ୟମକୁ ସୂଚନା ଦେଇ ଲାଲୋଭିଚ ଆହୁରି ମଧ୍ୟ କହିଛନ୍ତି, ଏକ କାରଣ ପାଇଁ ଏହି ନିୟମ ପ୍ରସ୍ତୁତ କରାଯାଇଛି, ଯାହାକୁ ଆମେ ସମ୍ମାନ କରିବା ଉଚିତ୍‌। ମୁଁ ଭିନେଶଙ୍କ ପାଇଁ ବହୁତ ଖରାପ ଅନୁଭବ କରୁଛି କାରଣ ତାଙ୍କ ଓଜନ ବହୁତ କମ ମାର୍ଜିନରେ ଅଧିକ ବୋଲି ଜଣାପଡିଛି। ସମସ୍ତେ ଜାଣିଛନ୍ତି ପ୍ରଣାଳୀ ଏବଂ ବିଶ୍ୱର ଅନ୍ୟ ଆଥଲେଟମାନେ ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି, ଏପରି ପରିସ୍ଥିତିରେ ଜଣେ ଆଥଲେଟଙ୍କ ସଠିକ ଓଜନ ନ ଥିଲେ ମଧ୍ୟ କୁସ୍ତି କରିବାକୁ ଅନୁମତି ଦିଆଯାଇପାରିବ ନାହିଁ।

ୟୁଡବ୍ଲ୍ୟୁଡବ୍ଲ୍ୟୁ ସଭାପତି ନେନାଡ ଲାଲୋଭିଚଙ୍କୁ ମଧ୍ୟ ଭିନେଶ ଫୋଗଟଙ୍କୁ ରୌପ୍ୟ ପଦକ ଦେବା ସମ୍ଭବ କି ବୋଲି ପଚରାଯାଇଥିଲା। ଏହା ଉପରେ ସେ କହିଛନ୍ତି, ସେମାନଙ୍କୁ ରୌପ୍ୟ ପଦକ ଦେବା ସମ୍ଭବ ନୁହେଁ। କାରଣ ଏହି ସବୁ ନିୟମ ଅନୁଯାୟୀ ଘଟୁଛି। ସମସ୍ତ ଆଥଲେଟ ଯେଉଁମାନେ ଆଗକୁ ଲଢିବାକୁ ଯାଉଛନ୍ତି, ସେମାନେ ସମସ୍ତେ ଜାଣନ୍ତି ଯେ ଏହା ପୂର୍ବରୁ ମ୍ୟାଚ ସେମାନଙ୍କୁ ଓଜନ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

ଆସିଲା ଆଇପିଏଲ ମେଗା ନିଲାମୀ ତାରିଖ: ଜାଣନ୍ତୁ କେବେ ହେବ ?

ନୂଆଦିଲ୍ଲୀ,୧୮ା୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ମେଗା ନିଲାମ ଖୁବଶୀଘ୍ର ଅନୁଷ୍ଠିଟି ହେବାକୁ ଯାଉଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଅନୁଷ୍ଠିତ...

ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ୍‌ ହେଲେ ପଣ୍ଟିଂ

ନୂଆଦିଲ୍ଲୀ,୧୮ା୯: ଆଇପିଏଲ୍‌ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସର ନୂତନ ମୁଖ୍ୟ କୋଚ୍‌ ଭାବରେ ବୁଧବାର ରିକି ପଣ୍ଟିଂଙ୍କ ନାମ ଘୋଷଣା କରାଯାଇଛି। ଟ୍ରେଭର ବେଲିସ୍‌ଙ୍କ ସ୍ଥାନରେ ପୂର୍ବତନ...

ପୁଣି ମୁହାଁମୁହିଁ ହେଲେ କୋହଲି-ଗମ୍ଭୀର: ଦେଖନ୍ତୁ ଟ୍ରେଲର୍‌…

ନୂଆଦିଲ୍ଲୀ,୧୮।୯: ଭାରତୀୟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ତୁଲାଉଛନ୍ତି। ଟିମ ଇଣ୍ଡିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri