ଫାଇନାଲ ପୂର୍ବରୁ ଡିସକ୍ୱାଲିଫାଏଡ ହେବା ପରେ ବି ଭିନେଶ ଜିତିପାରିବେ ରୌପ୍ୟ, ବ୍ରୋଞ୍ଜ! ଜାଣନ୍ତୁ କ’ଣ କହୁଛି ନିୟମ

  1. ନୂଆଦିଲ୍ଲୀ,୭।୮: ଭାରତୀୟ କୁସ୍ତି ଖେଳାଳି ବିନେଶ ଫୋଗଟ ଗତ ମଙ୍ଗଳବାର ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଥିଲେ। ବର୍ତ୍ତମାନ ହଠାତ୍‌ ୧୪୦ କୋଟି ଭାରତୀୟଙ୍କ ଆଶା ମଉଳିଯାଇଛି।୫୦ କିଲୋଗ୍ରାମରୁ ଅଧିକ ଓଜନ ହେତୁ ତାଙ୍କୁ ଫାଇନାଲ ମ୍ୟାଚରୁ ଡିସକ୍ୱାଲିଫାଏଡ କରାଯାଇଛି। ବର୍ତ୍ତମାନ ଭାରତୀୟମାନେ ଜାଣିବାକୁ ଚାହାଁନ୍ତି କି ଯେ ଫାଇନାଲ ପାଇଁ ଅଯୋଗ୍ୟ ହେବା ପରେ ବି ଭିନେଶ ଫୋଗଟ କୌଣସି ପଦକ ଜିତି ପାରିବେ କି?

ନିୟମ ଅନୁଯାୟୀ ଯଦି ଜଣେ ଆଥଲେଟ ଓଜନ ପ୍ରକ୍ରିୟାର ଉଭୟ ପ୍ରୟାସରେ ଓଜନ ସୀମାଠାରୁ ଅଧିକ ବୋଲି ଜଣାପଡିଛି। ତେବେ ଆଥଲେଟଙ୍କୁ କୌଣସି ପଦକ ମିଳିବ ନାହିଁ, ପ୍ରତିଯୋଗିତାରୁ ତାଙ୍କୁ ବାହାର କରିଦିଆଯିବ କିମ୍ବା ତାଙ୍କୁ କୌଣସି ପଦବୀ ଦିଆଯିବ ନାହିଁ । କହିବାକୁ ଗଲେ ଅଯୋଗ୍ୟ ହେବା ପରେ ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ କୌଣସି ପଦକ ଜିତି ପାରିବେ ନାହିଁ। ଏହାର ଅର୍ଥ ହେଉଛି ଫାଇନାଲରେ ପହଞ୍ଚିବା ସତ୍ତ୍ୱେ ଭିନେଶଙ୍କୁ ବିନା ପଦକରେ ଘରକୁ ଫେରିବାକୁ ପଡିବ।

Share