ତାଣ୍ଡବ ରଚିବ ପ୍ରତିବର୍ଷ: ଏହି ଦୁଇ ମାସରେ ହେବ ବେଲଗାମ…

ନୂଆଦିଲ୍ଲୀ,୧୯।୪: ଭାରତରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ପ୍ରତିବର୍ଷ କରୋନା ସଂକ୍ରମଣର ନୂଆ ନୂଆ ଲହର ଏଭଳି ତାଣ୍ଡବ ରଚିବ ବୋଲି ଗବେଷକ ସୂଚନା ଦେଇଛନ୍ତି। ପ୍ରତିବର୍ଷ ଅକ୍ଟୋବର ଏବଂ ମାର୍ଚ୍ଚ ଏହି ଦୁଇ ମାସରେ କରୋନାର ନୂଆ ନୂଆ ଲହର ସୃଷ୍ଟି ହେବ। ଅକ୍ଟୋବରରୁ ସୃଷ୍ଟି ହେଉଥିବା ସଂକ୍ରମଣ ଡିସେମ୍ବର-ଜାନୁୟାରୀରେ ଧିମା ପଡ଼ିବ। ପୁଣି ଏକ ଲହର ମାର୍ଚ୍ଚରୁ ଆରମ୍ଭ ହୋଇ ମେ’ ରେ ଶେଷ ହେବ। ତେବେ ଦ୍ୱିତୀୟ ପର୍ଯ୍ୟାୟ ଲହର ବେଲଗାମ ହେବା ସହିତ ଅଧିକ ଦିନ ରହିବ ବୋଲି ବିଶେଷଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟ ସାଇନ୍ସ୍‌ ଡାଇରେକ୍ଟ ପତ୍ରିକାରେ ପ୍ରକାଶ ପାଇଛି। ତେବେ ପ୍ରତିବର୍ଷ ସୃଷ୍ଟି ହେବାକୁ ଥିବା ଦ୍ୱିତୀୟ ଲହରର ସମୟ ସୀମା କେତେ ରହିବ ସେ ସମ୍ପର୍କରେ କୌଣସି ନିଦ୍ଦିଷ୍ଟ ସୂଚନା ରିପୋର୍ଟରେ ଦର୍ଶାଯାଇ ନାହିଁ। ଚଣ୍ଡିଗଡ଼ ଏବଂ ପଞ୍ଜାବ ବିଶ୍ୱବିଦ୍ୟାଳୟର ଗବେଷକମାନେ ୧୮୫୭ରୁ ୨୦୧୫ ପର୍ଯ୍ୟନ୍ତ ଗତ ୨୩୨ ବର୍ଷର ଅଧ୍ୟୟନ ଆଧାରରେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ସେତେବେଳେ ଜାରି ରହିଥିବା ଫ୍ଲୁ ର ଲହର କରୋନା ଭଳି ତାଣ୍ଡବ ରଚିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଫ୍ଲୁ ର ପ୍ରଥମ ସଂକ୍ରମଣ ଅବଧି କମ୍‌ ସମୟ ଥିଲା। ତେବେ ପରବର୍ତ୍ତୀ ସମୟରେ ଏହା ଉଗ୍ର ରୂପ ଧରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟେ ୧୮୫୭, ୧୮୮୯, ୧୯୧୮, ୧୯୬୮, ୧୯୭୭ ଏବଂ ୨୦୦୯ରେ ସୃଷ୍ଟି ହୋଇଥିବା ଫ୍ଲୁ ଭଳି ମହାମାରୀ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି।

Share