Categories: ଖେଳ

ଦ୍ୱିତୀୟ ଦିନିକିଆ ଖେଳିବା ନେଇ ସନ୍ଦେହ, ସୁଯୋଗ ମିଳିଲେ ବାହାରିବେ…

ଲଣ୍ଡନ,୧୪।୭: ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଗୁରୁବାର ଲଡର୍‌ସ ମଇଦାନରେ ଖେଳାଯିବ। ଓଭାଲରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଆହତ ସମସ୍ୟାକୁ ନେଇ ଦଳରୁ ବାଦ ପଡ଼ିଥିଲେ ପୂର୍ବତନ ଅଧିନାୟକ ବିରାଟ କୋହଲି। ଏବେ ସେ ଦ୍ୱିତୀୟ ମ୍ୟାଚ୍‌ ଖେଳିପାରିବେ କି ନାହିଁ ସେନେଇ ସନ୍ଦେହ ଦେଖାଦେଇଛି।

ତେବେ ଯଦି ବିରାଟ ପୁଣି ଚୂଡାନ୍ତ ଏକାଦଶକୁ ଫେରନ୍ତି, ତେବେ ଶ୍ରେୟସ ଆୟାରଙ୍କୁ ବାହାର କରାଯିବ ବୋଲି କୁହାଯାଉଛି। କାରଣ ଅନ୍ୟତମ ଖେଳାଳି ସୂର୍ଯ୍ୟକୁମାର ଯାଦବ ଟି୨୦ ସିରିଜର ଶେଷ ମ୍ୟାଚ୍‌ରେ ଶତକ ମାରିଥିଲେ। ସେ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଏଭଳି ସ୍ଥିତିରେ କୋହଲିଙ୍କୁ ସ୍ଥାନ ଦେବାକୁ ଯାଇ ଶ୍ରେୟସଙ୍କୁ ବାହାର କରାଯାଇପାରେ।

Share