Categories: ଜାତୀୟ

ଗୋଟିଏ ଗୋଡରେ ପଶ୍ଚିମବଙ୍ଗ ଜିତିବି, ଦୁଇ ଗୋଡରେ ଦିଲ୍ଲୀ

କୋଲକତା,୫।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୩୧ଟି ଆସନରେ ମଙ୍ଗଳବାର ମତଦାନ ହେବ। ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାମ ଗୋଡରେ ଆଘାତ ଲାଗିଥିଲେ ମଧ୍ୟ ଗୋଟିଏ ଗୋଡରେ ନିର୍ବାଚନ ପ୍ରଚାର କରି ୨୦୨୧ ବିଧାନସଭା ନିର୍ବାଚନ ଜିତିବା ନେଇ ନିଶ୍ଚିତ ଅଛନ୍ତି। ଭବିଷ୍ୟତରେ ଦୁଇ ଗୋଡରେ ଦିଲ୍ଲୀ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି। ମମତା ନନ୍ଦିଗ୍ରାମ ଘଟଣାକୁ ନେଇ ଭାଜପାକୁ ସମାଲୋଚନା କରିଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାଜପାର କୌଣସି ସ୍ଥାନୀୟ ପ୍ରାର୍ଥୀ ନାହାନ୍ତି। ସେମାନେ କ’ଣ ସୋନାର ବଙ୍ଗଳା କରିବେ ବୋଲି କଟାକ୍ଷ କରିଛନ୍ତି।

Share