ଖ୍ରୀଷ୍ଟଚର୍ଚ୍ଚ,୪।୧: ଚମତ୍କାର ଫର୍ମରେ ଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ ସୋମବାର ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ଏଠାରେ ପାକିସ୍ତାନ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ସେ ହାସଲ କରିଛନ୍ତି କ୍ୟାରିୟରର ୨୪ତମ ଟେଷ୍ଟ ଶତକ। ଏଥିସହ ବିଶ୍ୱର ନଂ ୧ ଟେଷ୍ଟ ବ୍ୟାଟ୍ସମ୍ୟାନ ଓ୍ବିଲିୟମସନ ଭାଙ୍ଗି ଦେଇଛନ୍ତି ପୂର୍ବତନ ଭାରତୀୟ ବିସ୍ଫୋରକ ଓପନର ସେହ୍ବାଗଙ୍କ ରେକର୍ଡ। ପୂରା ଟେଷ୍ଟ କ୍ୟାରିୟରରେ ସେହ୍ବାଗ ହାସଲ କରିଥିଲେ ମୋଟ ୨୩ଟି ଶତକ, ଯାହାକୁ ପଛରେ ପକାଇ ଦେଇଛନ୍ତି ଓ୍ବିଲିୟମସନ।
୧୭୫ ବଲର ସମ୍ମୁଖୀନ ହୋଇ ଡାହାଣହାତି ବ୍ୟାଟ୍ସମ୍ୟାନ ୱିଲିୟମସନ ୧୬ ଚୌକା ସହାୟତାରେ ୧୧୨ ରନ ସଂଗ୍ରହ କରିଛନ୍ତି। ତାଙ୍କ ଶତକ ଏବଂ ନିକୋଲସ(୮୯)ଙ୍କ ମଧ୍ୟରେ ୨୧୫ ରନର ଭାଗିଦାରୀ ଯୋଗୁ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି।