Categories: ଖେଳ

ଅନ୍ତିମ ୧୦ ଓଭରରେ ନିର୍ଦ୍ଧୁମ ଛେଚିଲେ ଓ୍ବିଲିୟମସନ

ଦୁବାଇ,୧୪।୧୧: ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପ୍ରଥମ ୧୦ ଓଭରରେ ୫୭/୧ ଥିଲା। ପରବର୍ତ୍ତୀ ୧୦ ଓଭରରେ ସବୁ କିଛି ବଦଳି ରଖି ଦେଇଥିଲେ ଅଧିନାୟକ କେନ ଓ୍ବିଲିୟମସନ। ମାତ୍ର ୪୮ ବଲରେ ସେ ଖେଳିଥିଲେ ୮୫ ରନ୍‌ର ବିସ୍ଫୋରକ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୧୦ ଚୌକା ଓ ୩ ଛକା। ତାଙ୍କୁ ସହଯୋଗ କରିଥିଲେ ମାର୍ଟିନ ଗୁପଟିଲ ୨୮(୩ ଚୌକା) ଗୁପଗ୍ଲେନ ଫିଲିପ୍ସ ୧୮ (୧ ଲେଖାଏ ଚୌକା ଓ ଛକା), ଜିମ୍ମି ନିଶାମ ୧୩(୧ ଚୌକା)। ଏଥିଯୋଗୁ ୨୦ ଓଭରରେ ୪ ଉଇକେଟ ହରାଇ ୧୭୨ ରନ୍‌ କରିବାକୁ ସକ୍ଷମ ହୋଇଛି ନ୍ୟୁଜିଲାଣ୍ଡ। ଅଷ୍ଟ୍ରେଲିଆ ପାଇଁ ସବୁଠୁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ ଜୋଶ ହାଜେଲଉଡ୍‌। ସେ ୩ ଉଇକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ ୬୦ ରନ୍‌ ବ୍ୟୟ କରିଥିଲେ।

Share