ଚାଷୀଙ୍କୁ ଭରସା ପବନଚାଳିତ ଶବ୍ଦଯନ୍ତ୍ର

ମହାକାଳପଡ଼ା,୨୨ା୩(ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ଉପକୂଳ ବ୍ଲକ ମହାକାଳପଡ଼ା ଅଞ୍ଚଳର ରାମନଗର ପଞ୍ଚାୟତ ସ୍ଥାନୀୟ ବରଜ ବାହାକୁଦ ଗ୍ରାମର ଆମ୍ବଷୋଳଠାରେ କେତେଜଣ ଚାଷୀ ଖରାଦିନିଆ ଡାଳୁଅ ଧାନ ସହ ପନିପରିବା ଚାଷ କରିଛନ୍ତି। ବୁଲା ଗୋରୁ, ବନ୍ୟଜନ୍ତୁ, ପକ୍ଷୀଙ୍କ ଅବାଧ ପ୍ରବେଶରୁ ଚାଷକୁ ରକ୍ଷା ପାଇଁ ଏକ ଅଭିନବ ପ୍ରୟାସ କରିଥିବା ଦେଖିବାକୁ ମିଳିଛି। ଯଶବନ୍ତ ଦେ ନାମକ ଚାଷୀ ନିଜସ୍ବ ଜ୍ଞାନ କୌଶଳ ଖଟାଇ ପବନଚାଳିତ ଶବ୍ଦ ଓ ଲାଇଟ୍‌ ଯନ୍ତ୍ର ତିଆରି କରିଛନ୍ତି। ଯନ୍ତ୍ର ତିଆରି କରିବାରେ ୧୫୦୦ ଟଙ୍କା ଖର୍ଚ୍ଚ ହୋଇଛି। କେତେକ ଅଦରକାରୀ ବିଦ୍ୟୁତ୍‌ ଯନ୍ତ୍ରପାତିର ବିଭିନ୍ନ ପାର୍ଟକୁ ସଂଗ୍ରହ କରି ମୋଟର ବେରିଂ, ଲାଇଟ୍‌ ଓ ସାଇକେଲ ବେଲ୍‌ ଲଗାଯାଇଛି। ଦିନରେ ପବନର ବେଗକୁ ନେଇ ପଙ୍ଖା ଘୂରିବା ସହ ଲାଗିଥିବା ବେଲ୍‌ ଶବ୍ଦ ସୃଷ୍ଟି କରିଥାଏ। ଯେତେ ଜୋରରେ ପଙ୍ଖା ଘୂରିବ ସେତେ ଅଧିକ ଶବ୍ଦ ହେବ। ଫଳରେ ବୁଲା ଗୋରୁ, ପକ୍ଷୀ ଆଦି ଜନ୍ତୁ ଚାଷଜମିରେ ଫସଲ ଖାଇବାକୁ ଆସୁଥିବା ସମୟରେ ଯନ୍ତ୍ରରୁ ଉତ୍ପନ୍ନ ଶବ୍ଦ ଶୁଣି ଦୂରେଇ ଯାଉଥିବା ଚାଷୀ ଦେ କହିଛନ୍ତି। ରାତିରେ ଚାଷଜମି ନିକଟସ୍ଥ କାଜୁ ଜଙ୍ଗଲରୁ ବାର୍‌ହା, ହରିଣ, ମୂଷା ଆସି ଫସଲ ଖାଇବା ସହ ନଷ୍ଟ କରି ଦେଉଥିଲେ। ଏହି ସୂକ୍ଷ୍ମ ଉପାୟରେ ନିର୍ମିତ ଯନ୍ତ୍ର ରାତିରେ ଲାଇଟ କରୁଥିବାରୁ ଜଙ୍ଗଲୀ ଜୀବଜନ୍ତୁ ଆସୁ ନ ଥିବାରୁ ଫସଲ ଆଉ ଆଗଭଳି ନଷ୍ଟ ହେଉନାହିଁ। ଏଥିଯୋଗୁ ଚାଷୀମାନଙ୍କୁ ରାତିରେ ଫସଲକୁ ଆଉ ଜଗିବାକୁ ପଡୁନାହିଁ। ବରଜ ବାହାକୁଦ ଗ୍ରାମର ଯୁତି ରାମ ଦେ, ପ୍ରଦୀପ ଦେ, ବଇ ସାମଲଙ୍କ ସମେତ ଅନେକ ଚାଷୀ ଏହି ବିକଳ୍ପ ଆପଣେଇଛନ୍ତି। ସେହିପରି ଏହି ଗ୍ରାମର କେତେକ ଖରିବାଡିରେ ଚାଷଜମିରେ ଏହି ଯନ୍ତ୍ର ବସାଇବାକୁ ଚାଷୀମାନେ ଉଦ୍ୟମ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri