Categories: ଜାତୀୟ

ଗୋ-ଫାଷ୍ଟ ଯାତ୍ରୀବାହୀ ବିମାନର ଫାଟିଲା ଓ୍ବିଣ୍ଡସିଲ୍ଡ

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀରୁ ଗୌହାଟୀ ଯାଉଥିବା ଗୋ-ଫାଷ୍ଟ ଯାତ୍ରୀବାହୀ ବିମାନରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ମଝି ଆକାଶରେ ଯାତ୍ରୀବାହୀ ବିମାନର ୱିଣ୍ଡସିଲ୍ଡ ଫାଟିଯାଇଛି। ଜୋର୍‌ ପବନ ବହିବା ଯୋଗୁ ଓ୍ବିଣ୍ଡସିଲ୍ଡ ଫାଟି ଯାଇଥିବା ଜଣାପଡିଛି। ଫଳରେ ଖରାପ ପାଗ ଯୋଗୁ ବିମାନଟିକୁ ଦିଲ୍ଲୀ ଅଣା ନ ଯାଇ ଅଧାବାଟରୁ ସୁରକ୍ଷିତ ଭାବେ ଜୟପୁର ଡାଇଭର୍ଟ କରାଯାଇଛି। ଏନେଇ ଡିଜିସିଏ ପକ୍ଷରୁ ସୂଚନା ଦେଇଛି।
ସୂଚନାଯୋଗ୍ୟ,ଗତ କିଛିଦିନ ହେବ ଅନେକ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେଉଛି। ପ୍ରାୟ ଦେଢ ମାସ ଭିତରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ୧୬ଟି ବିମାନ ପ୍ରଭାବିତ ହୋଇଛି। ଗତକାଲି ମୁମ୍ବାଇ-ଲେହ ଯାଉଥିବା ଗୋ-ଫାଷ୍ଟ ଏ୩୨୦ ବିମାନକୁ ଦିଲ୍ଲୀରେ ଜରୁରୀ ଅବତରଣ କରାଯାଇଥିଲା।

Share