କୁଟୀର ଶିଳ୍ପରେ ପରିଣତ ହେଲାଣି ମହୁଲି ମଦ, ବେପାରୀ-ଅବକାରୀ ବିଭାଗ ସଲାସୁତରା

ଅମରପାଲି,୨୬ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅବକାରୀ ଥାନା ଅଞ୍ଚଳରେ ମହୁଲି ମଦ ପ୍ରସ୍ତୁତି କୁଟୀର ଶିଳ୍ପରେ ପରିଣତ ହୋଇଛି। ବେଫିକର ଭାବେ ଗାଁ ଗାଁରେ ବେଆଇନ ଭାବେ ତିଆରି ହେଉଛି ନକଲି ମଦ। ଅବକାରୀ ବିଭାଗ ସବୁ ଜାଣି ମଧ୍ୟ ଚୁପ୍‌ ରହିଛି। ଫଳରେ ପ୍ରତିଦିନ ହଜାର ହଜାର ଲିଟର ଦେଶୀ ମହୁଲି ମଦ ଜିଲାର ବିଭିନ୍ନ ସ୍ଥାନ ସମେତ ଜିଲା ବାହାରକୁ ମଧ୍ୟ ବ୍ୟବସାୟୀମାନେ ଚାଲାଣ କରୁଛନ୍ତି। ସମଗ୍ର ବୀରମହାରାଜପୁର ଅଞ୍ଚଳର ପ୍ରତ୍ୟେକ ଗ୍ରାମରେ ଦେଶୀ ମହୁଲି ମଦ ସୁବିଧାରେ ମିଳୁଛି। ଫଳରେ ଅନେକ ସମୟର ମଦ ଯୋଗୁ ଗଣ୍ଡଗୋଳ ଦେଖାଦେଉଛି। ଏହି ମଦକୁ ପିଇ ଅନେକ ସମୟରେ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ କେତେକ ମୃତ୍ୟୁମୁଖରେ ପଡ଼ିଛନ୍ତି। ତେବେ ଅବକାରୀ ବିଭାଗ ଚଢ଼ାଉ କରୁଥିଲେ ମଧ୍ୟ ମଦ ବ୍ୟବସାୟୀମାନେ ଆଗୁଆ ସୂଚନା ପାଇ ପଳାଇ ଯାଉଛନ୍ତି। ବୀରମହାରାଜପୁର ଅଞ୍ଚଳର ଖଣ୍ଡହତା ପଞ୍ଚାୟତର ଚୁପ୍‌କାଦାଦରରେ ସର୍ବାଧିକ ମଦ ପ୍ରସ୍ତୁତି ହେଉଛି। ଏଠାରେ ଅଞ୍ଚଳର ସବୁଠୁ ଅଧିକ ମଦ ପ୍ରସ୍ତୁତି ହୋଇ ଜିଲା ବାହାରକୁ ଚାଲାଣ ହେଉଛି। ଏହା ସହିତ ଉକ୍ତ ପଞ୍ଚାୟତର ପୁଇପାନ, ବଡ଼କିରାସିରା ଗ୍ରାମର ନିକଟସ୍ଥ ଜଙ୍ଗଲରେ କାହିଁ କେଉଁ ଦିନରୁ ମହୁଲି ମଦ ଭାଟି ତିଆରି କରି ମଦ ପ୍ରସ୍ତୁତି ହେଉଛି। ବଦଳରେ ମଦ ବ୍ୟବସାୟୀମାନେ ଅବକାରୀ ବିଭାଗକୁ ମୋଟା ଅଙ୍କର ଟଙ୍କା ଦେଉଥିବା ସ୍ଥାନୀୟ ଅଞ୍ଚଳର ଲୋକେ ଅଭିଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତ ସମ୍ପର୍କ ଭୁଲିଗଲେ… ଗାଁ ଦାଣ୍ଡରେ ସାନ ଭାଇକୁ ବାନ୍ଧି ପିଟି ପିଟି ମାରିଦେଲେ ବଡ଼ ଭାଇ

ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ ଭାଇର ଆକ୍ରମଣରେ ସାନ ଭାଇ ମୃତ୍ୟୁବରଣ...

କ୍ରିଷ୍ଟାଲ୍‌ ଲୋଟସ୍‌ ରଖି ବି ଘରର ପରିସ୍ଥିତିକୁ ବଦଳାଇପାରିବେ: ଜାଣନ୍ତୁ କିପରି

ହିନ୍ଦୁ ଧର୍ମରେ ପଦ୍ମ ଫୁଲର ବିଶେଷ ମହତ୍ତ୍ୱ ରହିଛି। ଏହାକୁ ଦିବ୍ୟ ପୂର୍ଣ୍ଣତାର ପ୍ରତୀକ ବୋଲି କୁହାଯାଇଥାଏ। ମାତା ଲକ୍ଷ୍ମୀଙ୍କର ମଧ୍ୟ ଏହି ଫୁଲ ଖୁବ୍‌...

ଗଞ୍ଜାମରେ ଚାଞ୍ଚଲ୍ୟ: ୨ ଭାଇଙ୍କୁ ପିଟିପିଟି ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ

ବେଗୁନିଆପଡା,୨୭।୪(ସୁଶାନ୍ତ ପଟ୍ଟନାୟକ): ପୁଣି ଅଶାନ୍ତ ହେଲା ଗଞ୍ଜାମ। ଜିଲାରୂ ବେଗୁନିଆପଡ଼ା ଥାନା ଶାଳବଣ ଗାଁ ଜଙ୍ଗଲରେ ରବିବାର ଦୁଇ ଭାଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି।...

ଜାହାଜର ପେଣ୍ଟିଂ ଘରେ ଲଗାଉଛନ୍ତି କିଁ ତେବେ ନିହାତି ଜାଣନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ସମୃଦ୍ଧି ତଥା ସଫଳତାର ପ୍ରତୀକ କୁହାଯାଉଥିବା ଜାହାଜର ପେଣ୍ଟିଂକୁ ଘରେ ଲଗାଇବା ଶୁଭ ହୋଇଥାଏ। କାରଣ ଜାହାଜର ସମ୍ପର୍କ ଯାତ୍ରା, ପରିବହନ ତଥା...

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ରେ ‘Sachet App, ଜାଣନ୍ତୁ ଏହା କ’ଣ, କାହିଁକି ହୋଇଛି ଆରମ୍ଭ

ନୂଆଦିଲ୍ଲୀ,୨୭ା୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ୧୨୧ତମ ମନ୍‌ କି ବାତ୍‌ରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଦ୍ୱାରା ସଚେତ ଆପ୍‌,...

ଭଞ୍ଜ ରାଜବଂଶର ଅଧିଷ୍ଠାତ୍ରୀ ଦେବୀ କୁଲାଡ ବ୍ୟାଘ୍ରଦେୀ ମନ୍ଦିର ଚୋରି ପରେ ଗ୍ରହଶୁଦ୍ଧି ହୋମଯଜ୍ଞ

ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅର୍ନ୍ତଗତ କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ଶୁକ୍ରବାର ରାତିରେ ଦେବୀଙ୍କ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିଲା। କିନ୍ତୁ...

ଚମ୍ପାପୁଟ ଘାଟରେ ବୁଡ଼ିଲା ଡଙ୍ଗା: ଜଣେ ନିଖୋଜ

ନନ୍ଦପୁର,୨୭।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ପାନ୍ଥଲୁଙ୍ଗ ପଞ୍ଚାୟତର ଚମ୍ପାପୁଟ ଘାଟରେ ରବିବାର ସକାଳୁ ଏକ ଅଘଟଣ ଘଟିଛି। ଘାଟରୁ ଏକ...

ନିନ୍ଦା କରିବା ପରିବର୍ତ୍ତେ ଭାରତକୁ ପ୍ରମାଣ ମାଗିଲେ ଶାହିଦ ଆଫ୍ରିଦି, ବୟାନ ଶୁଣିଲେ…

ଇସଲାମାବାଦ,୨୭।୪: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହାକୁ ନେଇ ଚାରିଆଡେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ପାକିସ୍ତାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image