ଛତ୍ରପୁର,୧୫।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମଦ ହୋମ୍ ଡେଲିଭରୀକୁ ଅନୁମତି ଦିଆଯାଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର କହିଛନ୍ତି। ସୋମବାରଠାରୁ ଗଞ୍ଜାମରେ ମଦ ବିକ୍ରି ଆରମ୍ଭ ହେବ। ଅପରପକ୍ଷରେ ସପ୍ତାହାନ୍ତ ଶଟ୍ଡାଉନ୍ ଶନିବାର, ରବିବାରରେ ମଦ ଦୋକାନ ବନ୍ଦ ରହିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।