Advertisement

ମହୁଲି ମଦ ଭାଟି ଉପରେ ଚଢ଼ାଉ, ଛତ୍ରଭଙ୍ଗ ଦେଲେ ମାଫିଆ, ବୋଲେରୋ ଜବତ

ପାଟଣା,୫ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ହୀରାପଶି ଗ୍ରାମରେ ବେଆଇନ ଭାବେ ଚାଲି ଥିବା ଦେଶୀ ମଦ ଭାଟି ଉପରେ ରବିବାର ତୁରୁମୁଙ୍ଗା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ମହୁଲି ମଦ ଜବତ କରିବା ସହ ପୋଚକୁ ନଷ୍ଟ କରିଛି। ପୋଲିସକୁ ଦେଖି ମଦ ମାଫିଆମାନେ ଛତ୍ରଭଙ୍ଗ ଦେଇ ଫେରାର ହୋଇଯିବାରେ ସଫଳ ହୋଇଥିଲେ। ଏଥିସହ ଏକ ବୋଲେରୋ ଭିତରେ ଥିବା ମହୁଲି ମଦ ଜବତ କରିବା ସହ ଉକ୍ତ ବୋଲେରୋକୁ କ୍ରେନ ସହାୟତାରେ ଥାନାକୁ ଆଣିଛି ପୋଲିସ। ଏହି ଚଢ଼ାଉ ତୁରୁମୁଙ୍ଗା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କ ନେତୃତ୍ୱରେ ଥାନା କର୍ମଚାରୀ ଓ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ।

ସୂଚନାଯୋଗ୍ୟ, ବେଆଇନ ନିଶାଦ୍ରବ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ପାଟଣାରେ ଥିବା ଅବକାରୀ ଥାନାର ବିଫଳତା ପାଇଁ ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ବେଆଇନ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଆଗକୁ ମକର ପର୍ବ ଥିବାରୁ ଅତ୍ୟଧିକ ମଦ ପ୍ରସ୍ତୁତ ଓ ବେଆଇନ ମଦ ବିକ୍ରି ବ୍ୟବସାୟୀ ମାଲାମାଲ ହେବାକୁ ମସୁଧା କରୁଥିବା ଆଲୋଚନା ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share