ରାଜଧାନୀରେ ଲୋକଙ୍କୁ ଘରେ ଯୋଗାଇ ଦିଆଯିବ ମଦ: ମିଳିଲା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ…

ନୂଆଦିଲ୍ଲୀ,୧।୬: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଲୋକଙ୍କ ଘରେ ମଦ ପହଞ୍ଚାଇବା ପ୍ରସ୍ତାବକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି। ଫଳରେ ଏଣିକି ରାଜଧାନୀରେ ଗ୍ରାହକଙ୍କୁ ଆଉ ମଦ ଦୋକାନ ଆଗରେ ଭିଡ଼ ଜମାଇବାକୁ ପଡ଼ିବ ନାହିଁ। ଦିଲ୍ଲୀ ଅବକାରୀ ସଂଶୋଧନ ଆଇନ ୨୦୨୧ ଅନୁସାରେ ଏଲ୍‌-୧୩ ଲାଇସେନ୍ସ୍‌ ଥିବା ଦୋକାନୀ ଗ୍ରାହକଙ୍କ ଘରେ ମଦ ହୋମ୍‌ ଭେଲିଭରୀ କରିପାରିବେ। ଲାଇସେନ୍ସ ପ୍ରାପ୍ତ ଦୋକାନୀ ମୋବାଇଲ୍‌ ଅପ୍‌ ଅଥବା ଅନ୍‌ଲାଇନ୍‌ ଓ୍ବେବପୋର୍ଟାଲ ମଧ୍ୟମରେ ଅର୍ଡର ମିଳିଲେ ଘରେ ନେଇ ମଦ ଯୋଗାଇ ପାରିବେ। ହଷ୍ଟେଲ୍‌, କାର୍ଯ୍ୟାଳୟ ଅବା ସଂସ୍ଥାନରେ ଡେଲିଭରୀ କରାଯିବ ନାହିଁ।

Share