ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିଲା ମଦ, ଅଧା ରାସ୍ତାରେ ବାନ୍ଧିଲା ପୋଲିସ

ବାଲେଶ୍ୱର ଅଫିସ,୯।୧୦: ୫୭ ନଂ ରାଜ୍ୟ ରାଜପଥ ବାଲେଶ୍ୱର ଜିଲା ବାଟଗ୍ରାମଠାରେ ଚଢ଼ାଉ କରାଯାଇ ଆନୁମାନିକ ୧୦ ଲକ୍ଷ ଟଙ୍କାର ମଦ ଜବତ କରାଯାଇଛି। ଦୁର୍ଗାପୂଜା ପାଇଁ ଏହି ନକଲି ମଦ ଭ୍ୟାନ୍‌ ଯୋଗେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥିଲା। ଭୋଗରାଇ ତହସିଲଦାରଙ୍କ ଉପସ୍ଥିତରେ ଜଳେଶ୍ୱର ଓ ଭୋଗରାଇ ଅବକାରୀ ବିଭାଗ ଚଢ଼ାଉ କରି ମଦ ଭର୍ତ୍ତି ଭ୍ୟାନ ଜବତ ସହିତ ୩ ଜଣକୁ ଗିରଫ କରିଛି। ସେମାନଙ୍କ ପରିଚୟ ମିଳି ନ ଥିବା ବେଳେ ପୋଲିସ ତଦନ୍ତ ଚଳାଇଛି । ବାଲେଶ୍ୱର ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ବର ଅବକାରୀ ଓଆଇସି ଦେବେନ୍ଦ୍ର କୁମାର ବେହେରା ଓ ୨୨ ଜଣିଆ ଏକ ଟିମ ମିଳିତ ଭାବେ ଚଢ଼ାଉ କରିଥିଲେ।