ବୁଧବାରରୁ କାଉଣ୍ଟରରେ ମିଳିବ ମଦ: ଭିଡ ଏଡ଼ାଇବା ପାଇଁ କରାଯିବ ଇ-ଟୋକନ ବ୍ୟବସ୍ଥା

ଭୁବନେଶ୍ୱର, ୩୦।୬(ବ୍ୟୁରୋ):  ବୁଧବାରଠାରୁ ମଦ ଦୋକାନ କାଉଣ୍ଟରରେ ମଦ ମିଳିବ। ଓ୍ବାଇନ୍‌, ବିୟର, ଦେଶୀ ଓ ବିଦେଶୀ ମଦ ଗ୍ରାହକ କିଣିପାରିବେ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। ତେବେ କାଉଣ୍ଟରରେ ଭିଡ ଏଡ଼ାଇବା ପାଇଁ ଇ-ଟୋକନ ବ୍ୟବସ୍ଥା କରାଯିବ। ଏଥିପାଇଁ ପୋର୍ଟାଲରେ ସ୍ଲଟ ବୁକିଂ କରି ଟୋକଳ ହାସଲ କରିବାକୁ ପଡ଼ିବ। ହୋମ୍‌ ଡେଲିଭରିରେ ବି ମଦ ମିଳିବ। ଧାର୍ଯ୍ୟ ମୂଲ୍ୟ ଅନୁସାରେ ମଦ ବିକ୍ରି ହେବ।

Share