Categories: ଫୁରସତ

ଏଣିକି ବୋତଲରେ ନୁହେଁ, ପେପରରେ ମିଳିବ ମଦ

କରୋନା ମହମାରୀ ସମୟରେ ଅନେକ ନୂତନ ଉଦ୍ଭାବନ କରାଯାଉଛି। ଆପଣମାନଙ୍କ ମଧ୍ୟରୁ ବି ଲକ୍‌ଡାଉନରେ ଅନେକ ନୂଆ ନୂଆ ଉଦ୍ଭାବନ କରିଥିବେ। ଆଉ ଏଥିରୁ ବହୁତ କିଛି ଶିଖିଥିବେ ମଧ୍ୟ। କେଉଁଠି ନଡ଼ିଆ ପତ୍ର ସହିତ ନଡ଼ାରେ ପାଇପ ତିଆରି କରାଯାଉଛି ତ ଆଉ କେଉଁଠି ଗ୍ୟାଜେଟ୍‌ଗୁଡିକୁ ଯୋଗାଯୋଗ ବିହୀନ କରାଯାଉଛି। ସେହିପରି ଲକ୍‌ଡାଉନ୍‌ ସମୟରେ ମଦ ବିକ୍ରି ଉପରେ ଅନେକ ହଟଚମଟ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଏକ ଅନ୍ତର୍ଜାତୀୟ ମଦ କମ୍ପାନୀ ଏକ ନିଆରା ଉଦ୍ଭାବନ କରିଛି। ଏହି କମ୍ପାନୀ ମଦ ପ୍ୟାକ୍‌ ପାଇଁ କାଚ ବଦଳରେ କାଗଜ ବୋତଲ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି।


ବାସ୍ତବରେ, ବିଶ୍ୱର ବୃହତ୍ତମ ମଦ କମ୍ପାନୀଗୁଡ଼ିକ ମଧ୍ୟରୁ ଡାଏଗୋ ମଦକୁ କାଚ ବୋତଲ ବଦଳରେ ପେପରରେ ପ୍ୟାକ୍‌ କରିବ। ପରିବେଶକୁ ଦୃଷ୍ଟିରେ ରଖି କମ୍ପାନୀ ଆସନ୍ତା ବର୍ଷଠାରୁ ଏହି ନୂତନ ପ୍ୟାକେଜିଂର ପରୀକ୍ଷା ଆରମ୍ଭ କରିବ। ପ୍ଲାଷ୍ଟିକର ବ୍ୟବହାର ହ୍ରାସ କରିବାକୁ କମ୍ପାନୀ ଏପରି ପଦକ୍ଷେପ ନେଇଛି। କାଗଜ ବୋତଲ ତିଆରି କରିବାକୁ କମ୍ପାନୀ ପାଲପେକ୍ସ ନାମକ ଅନ୍ୟ ଏକ ଫାର୍ମ କମ୍ପାନୀ କରିବାକୁ ଯାଉଛି, ଯାହା ୟୁନିଲିଭର ଏବଂ ପେପ୍‌ସିକୋ ଭଳି ବ୍ରାଣ୍ଡ ପାଇଁ ମଧ୍ୟ କାଗଜ ବୋତଲ ଉତ୍ପାଦନ କରିବ।


କମ୍ପାନୀ ପକ୍ଷରୁ କୁହାଯାଇଛି, ଏହି କାଗଜ ବୋତଲ କାଠରୁ ତିଆରି ହେବ। ୨୦୨୧ରେ ଏହାର ପରୀକ୍ଷା କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବୋତଲଗୁଡିକ ସହଜରେ ପୁନଃ ବ୍ୟବହାର କରାଯାଇପାରିବ।

Share