ଗ୍ରାହକଙ୍କ ପାଖରେ ପହଞ୍ଚିବ ମଦ

ଭୁବନେଶ୍ୱର,୧୩।୫: ଏଣିକି ଲକ୍‌ଡାଉନରେ ହୋମ ଡେଲିଭରି ହେବ ମଦ । ଉଭୟ ଠିପି ଖୋଲା ଏବଂ ଠିପି ବନ୍ଦ ଦୋକାନୀ ମଦ ଡେଲିଭରି କରିପାରିବେ। ଏପରିକି ଖାଦ୍ୟ ଯୋଗାଣକାରୀ ସଂସ୍ଥା ମଧ୍ୟ ମଦ ଡେଲିଭରି ଦେଇପାରିବେ। ଏନେଇ ଅବକାରୀ କମିଶନରଙ୍କୁ ଜଣାଇଛନ୍ତି ଅବକାରୀ ସଚିବ। ଜିଲାପାଳଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇପାରିବ ଏହି ବ୍ୟବସ୍ଥା। ପୂର୍ବରୁ ମଧ୍ୟ ମଦର ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଦ ହୋମ ଡେଲିଭରି ପାଇଁ ଅନୁମତି ଦେଇଥିଲେ।

Share