Posted inଜାତୀୟ

ସେକ୍ସ ପାଇଁ ମୋତେ ବାଧ୍ୟ କରୁଥିଲେ ୱିଙ୍ଗ କମାଣ୍ଡର୍‌: ବାୟୁସେନା ଅଧିକାରୀ ଆଣିଲେ ସାଂଘାତିକ ଅଭିଯୋଗ

ଶ୍ରୀନଗର,୧୦।୯: ଭାରତୀୟ ବାୟୁସେନାର ଜଣେ ମହିଳା ଆଇଏଏଫ୍‌ ଅଧିକାରୀ ସିନିୟର୍‌ ୱିଙ୍ଗ କମାଣ୍ଡରଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଜମ୍ମୁ କଶ୍ମୀରର ବଡଗାମ ପୋଲିସ ଷ୍ଟେଶନରେ ଏଫଆଇଆର ଦାଖଲ କରାଯାଇଛି। ଉଭୟ ଅଧିକାରୀ ଶ୍ରୀନଗରରେ ଅବସ୍ଥାପିତ ଥିବା ଜଣାପଡିଛି। ଗତ ଦୁଇ ବର୍ଷ ମଧ୍ୟରେ ସେ ନିର୍ଯାତନା, ଯୌନ ନିର୍ଯାତନା ତଥା ମାନସିକ ନିର୍ଯାତନା ଭୋଗୁଛନ୍ତି ବୋଲି ଆଇଏଏଫ୍‌ ଅଧିକାରୀ ତାଙ୍କ ଅଭିଯୋଗରେ କହିଛନ୍ତି।

ଭାରତୀୟ ବାୟୁସେନା କହିଛି, ଆମେ ଏ ବିଷୟରେ ଅବଗତ ଅଛୁ। ସ୍ଥାନୀୟ ସ୍ଥାନୀୟ ପୋଲିସ ଷ୍ଟେଶନ ବୁଡଗାମ ଏହି ପ୍ରସଙ୍ଗରେ ଭାରତୀୟ ବାୟୁସେନା ସହ ଯୋଗାଯୋଗରେ ଅଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ସମ୍ପୂର୍ଣ୍ଣ ସହଯୋଗ କରୁଛୁ।

ଆଇଏଏଫ୍‌ ଅଧିକାରୀ କହିଛନ୍ତି, ଡିସେମ୍ବର ୩୧, ୨୦୨୩ରେ ଏକ ନୂଆବର୍ଷ ପାର୍ଟିରେ ଓ୍ବିଙ୍ଗ୍‌ କମାଣ୍ଡର ତାଙ୍କୁ ଉପହାର ପାଇଛନ୍ତି କି ନାହିଁ ବୋଲି ପଚାରିଥିଲେ। ମନା କରିବାରୁ ସେ ତାଙ୍କ ରୁମ୍‌କୁ ଆସି ନେଇଯିବାକୁ କହିଥିଲେ।

ଯେତେବେଳେ ସେ ତାଙ୍କ ପରିବାର କେଉଁଠାରେ ଅଛନ୍ତି ବୋଲି ପଚାରିବାରୁ ସେ କହିଥିଲେ ଯେ ସେମାନେ ଅନ୍ୟତ୍ର ଅଛନ୍ତି।

ଆଇଏଏଫ୍‌ ଅଧିକାରୀ ଅଭିଯୋଗ କରିଛନ୍ତି, ତାଙ୍କ ସିନିୟର ତାଙ୍କୁ ଓରାଲ ସେକ୍ସ ପାଇଁ ବାଧ୍ୟ କରିଥିଲେ। ମନା କରିବା ସତ୍ତ୍ୱେ ସେ ମୋ ସହ ଜୋରଜବରଦସ୍ତ କରିଥିଲେ। ଶେଷରେ ମୁଁ ତାଙ୍କୁ ଠେଲି ଦେଇ ଦୌଡ଼ି ପଳାଇଥିଲି। ତାଙ୍କ ସହ ଯାହା ଘଟିଛି ମାମଲା ରୁଜୁ କରିବାକୁ ତାଙ୍କୁ କିଛି ସମୟ ଲାଗିଥିବା ସେ କହିଛନ୍ତି। ମୁଁ ଭୟଭୀତ ଥିଲି ଏବଂ ଜାଣି ନ ଥିଲି କଣ କରିବା ଉଚିତ୍‌। ଶେଷରେ ମାମଲା ରୂଜୁ କରିବାକୁ ମୁଁ ବାଧ୍ୟ ହେଲି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜୀକୃତ ଡାକ୍ତର ତାଲିକାରୁ ବାଦ୍‌ ପଡିଲେ ସନ୍ଦୀପ୍‌ ଘୋଷ

କୋଲକାତା,୧୯ା୯: ପଶ୍ଚିମବଙ୍ଗ ମେଡିକାଲ କାଉନ୍‌ସିଲ (ଡବ୍ଲ୍ୟୁବିଏମ୍‌ସି) ଗୁରୁବାର ଆର୍‌.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ପଞ୍ଜୀକୃତ ଡାକ୍ତର...

ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ

ନୂଆଦିଲ୍ଲୀ,୧୯।୯: ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଅରବିନ୍ଦଙ୍କ ଇସ୍ତଫା ଏବଂ ଅତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ହେବାକୁ ନେଇ ସ୍ବର୍ଗତ ସୁଷମା...

ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି ମୋତେ …

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା...

ସିଟ ଶେୟାରିଂକୁ ନେଇ କଂଗ୍ରେସ-ଶରଦ ପାଓ୍ବାରଙ୍କ ଟେନଶନ ବଢାଇଲେ ଉଦ୍ଧବ!

ମୁମ୍ବାଇ,୧୯।୯: ମହାରାଷ୍ଟ୍ରରେ ମହାବିିକାଶ ଆଘାଡି ମଧ୍ୟରେ ସିଟ ଶେୟାରିଂ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ଏମଭିଏର ସିଟ ଶେୟାରିଂ ଏତେ ସହଜରେ ଶେଷ ହେବା ପରି...

ହୋଇଗଲା ସ୍ପଷ୍ଟ… କ’ଣ ହେବ କେଜରିଓ୍ବାଲଙ୍କ ପରବର୍ତ୍ତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜରିିୱାଲ ପରବର୍ତ୍ତୀ ସମୟରେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଘଟଣା...

ରିପୋର୍ଟରୁ ହେଲା ନିଶ୍ଚିତ: ତିରୁପତି ମନ୍ଦିର ପ୍ରାସାଦରେ ହେଉଛି ଗୋରୁ ମାଂସ, ମାଛ ତେଲ ବ୍ୟବହାରର

ତିରୁପତି,୧୯।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା...

ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ?

ନୂଆଦିଲ୍ଲୀ,୧୯।୯: ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର ମୁଖ୍ୟ ସାମନ୍ତ ଗୋୟଲଙ୍କୁ...

କୋଲକାତା ବଳାତ୍କାର-ହତ୍ୟା ଘଟଣାର ଆଉ ଏକ ନୂଆ ତଥ୍ୟ ଆସିଲା ସାମ୍ନାକୁ! ଦୁଇ ଦିନ ପର୍ଯ୍ୟନ୍ତ ଜବତ ହୋଇ ନ ଥିଲା…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri