Categories: ବାଣିଜ୍ୟ

ଟ୍ରେଣ୍ଡ୍‌ସ ରଜ ରାଜକୁମାରୀର ବିଜେତା ସମ୍ବର୍ଦ୍ଧିତ

ଭୁବନେଶ୍ୱର,୨୬।୬ (ଅଭୟ ଦାଶ): ରିଲାଏନ୍ସ ରିଟେଲ୍‌ର ପୋଷାକ ଏବଂ ଆସେସୋରିଜ ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସ ପକ୍ଷରୁ ଆୟୋଜିତ ‘ରଜ ରାଜକୁମାରୀ ପ୍ରତିଯୋଗିତା-୨୦୨୩’ର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏପରିକି ରବିବାର ଟ୍ରେଣ୍ଡସ ଜନପଥ ଷ୍ଟୋରଠାରେ ରଜ ରାଜକୁମାରୀ ଫାଇନାଲ କାର୍ଯ୍ୟକ୍ରମର ସ୍ବତନ୍ତ୍ର ସମାରୋହ ସହ ରଜ ରାଜକୁମାରୀ ପ୍ରତିଯୋଗିତାର ସମସ୍ତ ୬ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଲିଉଡ୍‌ ଅଭିନେତ୍ରୀ ଶିବାନୀ ସଙ୍ଗୀତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚଳିତ ବର୍ଷର ରଜ ରାଜକୁମାରୀର ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ।
ଉଲ୍ଲେଖଯୋଗ୍ୟ, ସେଲ୍‌ଫି ଓ ରିଲ୍‌ସ ଜରିଆରେ ରଜ ଲୁକ୍‌ସ ପ୍ରତିଯୋଗିତାର ଶ୍ରେଷ୍ଠ ୩ଜଣ ବିଜେତାଙ୍କୁ ଯଥାକ୍ରମେ ୩୧,୦୦୦, ୨୧,୦୦୦ ଏବଂ ୧୧,୦୦୦ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସେହିଭଳି ଲୋକପ୍ରିୟ ବ୍ଲଗର ସୁଶ୍ରୀ ମିଶ୍ର, ଶୁଭଲକ୍ଷ୍ମୀ ଦୀକ୍ଷିତ, ବର୍ଷା ପ୍ରିୟଦର୍ଶିନୀଙ୍କୁ ମଧ୍ୟ ଟ୍ରେଣ୍ଡ୍‌ସ ରଜ ରାଜକୁମାରୀ ପ୍ରତିଯୋଗିତାର ସ୍ବତନ୍ତ୍ର ପୁରସ୍କାର ଦିଆଯାଇଥିଲା। ଏପରିକି ପୁରସ୍କାର ଆକାରରେ ଉପରୋକ୍ତ ୩ ବ୍ଲଗରଙ୍କୁ ପ୍ରତ୍ୟେକ ୧୦,୦୦୦ ଟଙ୍କା ଲେଖାଏଁ ଅର୍ଥରାଶି ଅତିଥି ପ୍ରଦାନ କରିଥିଲେ। ଏପରିକି ସମସ୍ତ ପ୍ରତିଯୋଗୀଙ୍କୁ ୫୦୦ଟଙ୍କା ଲେଖାଏଁ ମୂଲ୍ୟର ୨ଟି ସ୍ବତନ୍ତ୍ର ରଜ ରିହାତି କୁପନ ଦିଆଯାଇଥିଲା।
ସୂଚନାଯୋଗ୍ୟ, ୨୦୨୩ ଜୁନ୍‌ ୧ରୁ ଜୁନ ୧୮ ତାରିଖ ପର୍ଯ୍ୟନ୍ତ ଉକ୍ତ ପ୍ରତିଯୋଗିତା ବିଭିନ୍ନ ପ୍ଲାଟଫର୍ମରେ ଚାଲିଥିଲା। ଏପରିକି ଦୀର୍ଘ ୧୮ ଦିନ ଧରି ଟ୍ରେଣ୍ଡ୍‌ସ ପକ୍ଷରୁ ଏହି ପ୍ରତିଯୋଗିତା ବିଭିନ୍ନ ମାଧ୍ୟମରେ ଆୟୋଜିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀଙ୍କର ମାତ୍ରାଧିକ ଆଗ୍ରହ ଦେଖିବାକୁ ମିଳିଥିଲା। ଏଥିପାଇଁ ଉଦ୍ଦିଷ୍ଟ ୱେବସାଇଟ www.trendsrajarajakumari.comକୁ ହଜାର ହଜାର ଆବେଦନ ଆସିଥିଲା। ଉକ୍ତ ଆବେଦନର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚଳିତ ବର୍ଷର ରଜ ରାଜକୁମାରୀର ବିଜେତା ଘୋଷଣା କରାଯାଇଥିଲା।

Share