ଗୋଟିଏ ପଦକ ଜିତିଲେ ନିଜ ଦେଶରୁ ମିଳିଥାଏ ଏତେ କୋଟି ପୁରସ୍କାର, ଜାଣନ୍ତୁ ଭାରତୀୟ ଖେଳାଳିଙ୍କୁ ମିଳେ କେତେ…

ପ୍ୟାରିସ୍‌,୩୧।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪କୁ ନେଇ ଭାରତୀୟ କ୍ରୀଡାପ୍ରେମୀମାନେ ଉତ୍ସାହିତ ଅଛନ୍ତି । ଚଳିତ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ମନୁ ଭାକର ଭାରତକୁ ୨ ପଦକ ଜିତାଇ ଇତିହାସ ରଚିଛନ୍ତି । ମନୁ ଭାକର ଏୟାର ପିଷ୍ଟଲ ଶୁଟିଂରେ ଗୋଟିଏ ସ୍ବର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି ।
ଅଲିମ୍ପିକ କ୍ରୀଡା ପଦକ ଜିତିଲେ ବିଭିନ୍ନ ଦେଶ ନିଜ ଖେଳାଳିଙ୍କୁ ଭିନ୍ନ ଭିନ୍ନ ପ୍ରାଇଜ ମନି ପ୍ରଦାନ କରିଥାନ୍ତି । କାରଣ ସେମାନେ ଦେଶ ପାଇଁ ଗର୍ବ ଓ ଗୌରବ ହାସଲ କରିଥାନ୍ତି । ଏହା ଦେଶ ତରଫରୁ ସେମାନଙ୍କ ପାଇଁ ଏକ ସମ୍ମାନ ସଦୃଶ । ତେବେ ଆସନ୍ତୁ ଜାଣିବା କେଉଁ ଦେଶ ନିଜ ଅଲିମ୍ପିକ ଖେଳାଳିଙ୍କ ପାଇଁ କେତେ ଟଙ୍କାର ପ୍ରାଇଜ ମନି ପ୍ରଦାନ କରିଥାନ୍ତି ।

ଜର୍ମାନୀ: ଜର୍ମାନୀରେ ଜଣେ ଅଲିମ୍ପିକ ଖେଳାଳି ସ୍ବର୍ଣ୍ଣ ପଦକ ଜିତିଲେ ୧୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ସେହିପରି ରୌପ୍ୟ ପଦକ ଜିତିଲେ ୧୩ ଲକ୍ଷ ଏବଂ ବ୍ରୋଞ୍ଜ ପଦକ ଜିତିଲେ ୯ ଲକ୍ଷ ଟଙ୍କା ପ୍ରାଇଜ ମନି ପ୍ରଦାନ କରାଯାଇଥାଏ ।

ଆମେରିକା: ଆମେରିକାରେ ଅଲିମ୍ପିକ ଖେଳାଳି ସ୍ବର୍ଣ୍ଣ ପଦକ ଜିତିଲେ ୩୧ ଲକ୍ଷ ଟଙ୍କା, ରୌପ୍ୟ ପଦକ ଜିତିଲେ ୧୮ ଲକ୍ଷ ଏବଂ ବ୍ରୋଞ୍ଜ ପଦକ ଜିତିଲେ ୧୨ ଲକ୍ଷ ଟଙ୍କା ପ୍ରାଇଜ ମନି ପ୍ରଦାନ କରାଯାଇଥାଏ ।

ଫ୍ରାନ୍ସ: ଫ୍ରାନ୍ସରେ ଅଲିମ୍ପିକ ଖେଳାଳି ସ୍ବର୍ଣ୍ଣ ପଦକ ଜିତିଲେ ୫୯ ଲକ୍ଷ ଟଙ୍କା, ରୌପ୍ୟ ପଦକ ଜିତିଲେ ୨୨ ଲକ୍ଷ ଟଙ୍କା ଏବଂ ବ୍ରୋଞ୍ଜ ପଦକ ଜିତିଲେ ୧୩ ଲକ୍ଷ ଟଙ୍କା ପ୍ରାଇଜ ମନି ପ୍ରଦାନ କରାଯାଇଥାଏ ।

ଭାରତ: ଭାରତୀୟ ଖେଳାଳି ଅଲିମ୍ପିକ୍ସରେ ପଦକ ଜିତିଲେ ସେମାନଙ୍କ ପ୍ରାଇଜ ମନି କିଛି ନିଶ୍ଚିତ ନ ଥାଏ । ପ୍ରତିଥର ସରକାର ନୂଆ ପ୍ରାଇଜ ମନି ଘୋଷଣା କରିଥାନ୍ତି । ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ପଦକ ବିଜେତାଙ୍କୁ ପ୍ରାଇଜ ମନି ପ୍ରଦାନ କରାଯାଇଥାଏ ।

ତାଇୱାନ: ତାଇୱାନ ଖେଳାଳି ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ ୬ କୋଟି ଟଙ୍କା, ରୌପ୍ୟ ପଦକ ଜିତିଲେ ୨ କୋଟି ଟଙ୍କା ଏବଂ କାଂସ୍ୟ ପଦକ ବଜେତାଙ୍କୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।

ସିଙ୍ଗାପୁର: ସିଙ୍ଗାପୁରରେ ଅଲିମ୍ପିକ ଖେଳାଳି ସ୍ବର୍ଣ୍ଣ ପଦକ ଜିତିଲେ ୬ କୋଟି ୨୦ ଲକ୍ଷ ଟଙ୍କା, ରୌପ୍ୟ ପଦକ ଜିତିଲେ ୩ କୋଟି ଏବଂ କାଂସ୍ୟ ପଦକ ଜିତିଲେ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।

Share