Advertisement

ଏସ୍‌ଆର୍‌ଏଚ୍‌ ପାଇଁ ବିଜୟ ଲକ୍ଷ୍ୟ ୧୭୮…

ମୁମ୍ବାଇ, ୧୪।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୧ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ପୁଣେର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କେକେଆର୍‌ ଅଧିନାୟକ ଶ୍ରେୟାସ ଆୟର ଟସ ଜିଣିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏସ୍‌ଆର୍‌ଏଚ୍‌ ଅଧିନାୟକ କେନ ୱିଲିୟମସନଙ୍କ ନେତୃତ୍ୱରେ ଟିମ୍‌ ବୋଲିଂ ଆରମ୍ଭ କରିଥିଲା।

ନିର୍ଦ୍ଧାରିତ ୨୦ ଓଭରରେ କେକେଆର୍‌ ଟିମ୍‌ ୬ ଓ୍ବିକେଟ ହରାଇ ୧୭୭ ରନ୍‌ କରିଛି। ଫଳରେ ଏସ୍‌ଆର୍‌ଏଚ୍‌ ପାଇଁ ବିିଜୟ ଲକ୍ଷ୍ୟ ୧୭୮ ରନ୍‌ ରହିଛି।

କେକେଆର୍‌ ପକ୍ଷରୁ ଅଜଙ୍କ୍ୟ ରାହାଣେ ୨୪ ବଲ୍‌ରେ ୨୮ ରନ୍‌, ନୀତିଶ ରାଣା ୧୬ ବଲ୍‌ରେ ୨୬ ରନ୍‌, ଶ୍ରେୟଶ ଆୟାର ୯ ବଲ୍‌ରେ ୧୫ ରନ୍‌ କରିଛନ୍ତି। ସେହିପରି ସାମ୍‌ ବ୍ଲିଙ୍ଗସ୍‌ ୨୯ ବଲ୍‌ରେ ୩୪ ରନ୍‌, ଆଣ୍ଡ୍ରେ ରସେଲ୍‌ ୨୮ ବଲ୍‌ରେ ୪୯ ରନ୍‌ କରି ଅପରାଜିତ ରହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel