Categories: ଖେଳ

ଜିମ୍ବାଓ୍ବେ ପାଇଁ ବିଜୟ ଲକ୍ଷ୍ୟ ୧୮୭ ରନ୍‌…

ମୋଲବୋର୍ନ,୬।୧୧ : ଟି-୨୦ ବିଶ୍ୱକପର ୪୨ ତମ ମ୍ୟାଚରେ ମେଲବୋର୍ନରେ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଛି। ଏହା ହେଉଛି ସୁପର -୧୨ ରାଉଣ୍ଡର ଶେଷ ମ୍ୟାଚ। ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିସାରିଛି। ଚାରିଟି ମ୍ୟାଚରୁ ସେ ୬ପଏଣ୍ଟ ପାଇଛନ୍ତି। ଜିମ୍ବାୱେ ବିପକ୍ଷରେ ଜିତିଲେ ସୁପର-୧୨ ଶୀର୍ଷରେ ରହିବ। ପରାଜିତ ହେଲେ ଦ୍ୱିତୀୟ ସ୍ଥାନରେ ରହିବ। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କାର୍ଗିସ ଏରଭାଇନଙ୍କ ନେତୃତ୍ୱରେ ଜିମ୍ବାଓ୍ବେ ଦଳ ବୋଲିଂ ଆରମ୍ଭ କରିଥିଲା। ଧାର୍ଯ୍ୟ ୨୦ ଓଭରରେ ଟିମ୍‌ ଇଣ୍ଡିଆ ୫ ଓ୍ବିକେଟ ହରାଇ ୧୮୬ ରନ୍‌ କରିଛି। ଫଳରେ ଜିମ୍ବାଓ୍ବେ ପାଇଁ ବିଜୟ ଲକ୍ଷ୍ୟ ୧୮୭ ରନ୍‌ ରହିଛି।

Share