ମୁମ୍ବାଇ, ୨।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଗୁଜୁରାଟ ଟାଇଟନ୍ସ(ଜିଟି) ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା
ଏହି ମ୍ୟାଚ୍ରେ ଡିସିର ଅଧିନାୟକ ରିଷଭ ପନ୍ତ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜିଟି ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ତାଙ୍କ ଦଳ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୧ ରନ୍ ସଂଗ୍ରହ କରିଛି। ଡିସି ପାଇଁ ବିଜୟ ଲକ୍ଷ୍ୟ ୧୭୨ ରନ୍ ରହିଛି।
ଜିଟି ପକ୍ଷରୁ ଶୁବମାନ୍ ଗିଲ୍ ୪୬ ବଲ୍ରେ ୮୪ ରନ୍ ସଂଗ୍ରହ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨୭ ବଲ୍ରେ ୩୧ ରନ୍ ସଂଗ୍ରହ କରିଥିବାବେଳେ ଡାଭିଡ୍ ମିଲର ୧୫ ବଲ୍ରେ ଅପରାଜିତ ୨୦ ରନ୍ ସଂଗ୍ରହ କରିଛନ୍ତି।