Categories: ଖେଳ

ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୭୧ ରନ୍‌ …

ବର୍ମିଂହାମ୍‌, ୯।୭ : ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୩ଟି ଟି-୨୦ ମ୍ୟାଚ୍‌ର ଦ୍ୱିତୀୟ ମ୍ୟାଚ୍‌ ବର୍ମିଂହାମ୍‌ରେ ଖେଳାଯାଉଛି। ଇଂଲଣ୍ଡ ଦଳର ଅଧିନାୟକ ଜୋସ୍‌ ବଟଲର ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବ୍ୟାଟିଂ ପାଇଁ ଆସି ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୭୦ ରନ୍‌ କରିଛି। ଫଳରେ ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୭୧ରନ୍‌ ରହିଛି।
ଭାରତ ପକ୍ଷରୁ ରୋହିତ ଶର୍ମା ୨୦ ବଲରେ ୩୧ ରନ୍‌, ରିଶଭପନ୍ତ ୧୫ ବଲରେ ୨୬ ରନ୍‌, ରବିନ୍ଦ୍ର ଜାଡ଼େଜା ୨୯ ବଲରେ ୪୬ ରନ୍‌, ଦିନେଶ କାର୍ତ୍ତିକ ୧୭ ବଲ୍‌ରେ ୧୨ ରନ୍‌ କରିଛନ୍ତି। ସୂର୍ଯ୍ୟକୁମାର ଯାଦବ ୧୧ ବଲରେ ୧୫ ରନ୍‌ କରିଥିବାବେଳେ ହର୍ଶଲ ପଟେଲ ୬ ବଲ୍‌ରେ ୧୩ ରନ୍‌ କରିଛନ୍ତି।

Share