କେକେଆର୍‌ ପାଇଁ ବିଜୟ ଲକ୍ଷ୍ୟ ୧୭୭ …

ମୁମ୍ବାଇ, ୭।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୩ ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ପୁଣେର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କେକେଆର୍‌ ଅଧିନାୟକ ଶ୍ରେୟାସ ଆୟରର ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଲ୍‌ଏସ୍‌ଜି ଅଧିନାୟକ କେ.ଏଲ୍‌. ରାହୁଲଙ୍କ ନେତୃତ୍ୱରେ ଟିମ୍‌ ବ୍ୟାଟିଂ ଆରମ୍ଭ କରିଥିଲା।

ନିର୍ଦ୍ଧାରିତ ୨୦ ଓଭରରେ ଏଲ୍‌ଏସ୍‌ଜି ୭ ଓ୍ବିକେଟ ହରାଇ ୧୭୬ ରନ୍‌ କରିଛି। ଫଳରେ କେକେଆର୍‌ ପାଇଁ ବିଜୟ ଲକ୍ଷ୍ୟ ୧୭୭ ରନ୍‌ ରହିଛି।

ଏଲ୍‌ଏସ୍‌ଜି ପକ୍ଷରୁ କ୍ୱିଣ୍ଟନ ଡି କକ ୨୯ ବଲ୍‌ରେ ୫୦ ରନ୍‌ କରିଥିବାବେଳେ ଦୀପକ ହୋଦା ୨୭ ବଲ୍‌ରେ ୪୧ ରନ୍‌ ଏବଂ କୁନାଲ ପାଣ୍ଡ୍ୟା ୨୭ ୨୫ ବଲ୍‌ରେ ରନ୍‌ କରିଛନ୍ତି। ମର୍କସ୍‌ ଷ୍ଟାଓନିଶ୍‌ ୧୪ ବଊ୍‌ରେ ୨୮ ରନ୍‌ କରିଛନ୍ତି। ଅପରପକ୍ଷରେ ଆୟୁଷ ବାଦୋନି ୧୮ବଲ୍‌ରେ ୧୫ ରନ୍‌ କରିଛନ୍ତି।

 

Share