Categories: ଖେଳ

କେକେଆର ପାଇଁ ବିଜୟ ଲକ୍ଷ୍ୟ ୨୦୫ ରନ…

ଅହମଦାବାଦ,୯।୪ : ଆଇପିଏଲ ସିରିଜ ୧୬ର ୧୩ ତମ ମ୍ୟାଚ ରବିବାର ଗୁଜରାଟ ଟାଇଟାନ୍ସ (ଜିଟି) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର)ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଜିଟି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଅଧିନାୟକ ରସିଦ ଖାନଙ୍କ ନେତୃତ୍ୱରେ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବାବେଳେ କେକେଆର ଅଧିନାୟକ ନୀତୀଶ ରାଣାଙ୍କ ନେତୃତ୍ୱରେ ବୋଲିଂ ଆରମ୍ଭ କରିଛି।

ଜିଟି ଧାର୍ଯ୍ୟ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୦୪ ରନ କରିଛି। ଫଳରେ କେକେଆର ପାଇଁ ବିଜୟ ଲକ୍ଷ୍ୟ ୨୦୫ ରନ ରହିଛି।

ଜିଟି ପକ୍ଷରୁ ରିଦ୍ଧିମାନ ଶାହା ୧୭ ରନ କରିଥିବାବେଳେ ଶୁଭମାନ ଗିଲ ୩୯ ରନ, ସାଇ ସୁଧର୍ଶନ ୫୩ ରନ, ଅଭିନବ ମନୋହର ୧୪ ରନ, ବିଜୟ ଶଙ୍କର ରନ ୬୩, ଡେଭିଡ ମିଲର ୨ ରନ କରିଛନ୍ତି।

Share