Categories: ଖେଳ

ନ୍ୟୁଜିଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୨୨୦…

ଖ୍ରୀଷ୍ଟଚର୍ଚ୍ଚ,,୩୦।୧୧ : ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ଏଠାରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଏବଂ ତିନି ମ୍ୟାଚ ବିଶିଷ୍ଟ ଓଡ଼ିଆଇ ସିରିଜ ଖେଳାଯାଉଛି। ଟି-୨୦ ସିରିଜ ଶେଷ ହୋଇଛି। ଯେଉଁଥିରେ ଭାରତ ନ୍ୟୁଜିଲାଣ୍ଡକୁ ୧-୦ରେ ପରାସ୍ତ କରିଛି। ଏଥି ସହିତ ବୁଧବାର ଓଡ଼ିଆଇ ସିରିଜର ତୃତୀୟ ମ୍ୟାଚ ଖେଳାଯାଉଛି। ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଭାରତୀୟ ଦଳ ବ୍ୟାଟିଂ କରି ୪୭.୩ ଓଭରରେ ୧୦ ଓ୍ବିକେଟ ହରାଇ ୨୧୯ କରିଛି। ନ୍ୟୁଜିଲାଣ୍ଡ ସମ୍ମୁଖରେ ବିଜୟ ଲକ୍ଷ୍ୟ ୨୨୦ ରନ ରହିଛି।
ଅଧିନାୟକ ଶିଖର ଧାୱନ କେବଳ ୨୮ ରନ୍‌, ଗିଲ ୧୩ ରନ, ପନ୍ତ ୧୦ ରନ ଏବଂ ଆୟର ୪୯ ରନ କରିଥିଲେ। ଏଥି ସହିତ, ୱାଶିଂଟନ ସୁନ୍ଦର ୫୧ ରନ କରିଥିଲେ।

Share