ଆର୍‌ଆର୍‌ ପାଇଁ ବିଜୟ ଲକ୍ଷ୍ୟ ୧୯୦…

ମୁମ୍ବାଇ, ୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୨ତମ ମ୍ୟାଚ୍‌ରେ ଶନିବାର ରାଜସ୍ଥାନ ରୟାଲର୍‌ସ (ଆର୍‌ଆର୍‌) ବିପକ୍ଷରେ ପଞ୍ଜାବ କିଙ୍ଗସ(ପିବିକେଏସ୍‌) ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପିବିକେଏସ୍‌ ଅଧିନାୟକ ମୟଙ୍କ ଅଗ୍ରଓ୍ବାଲଟସ ଜିଣିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବାପରେ ଆର୍‌ଆର୍‌ ଅଧିନାୟକ ସଞ୍ଜୁ ସାମସନ ନେତୃତ୍ୱରେ ଟିମ୍‌ ବୋଲିଂ ଆରମ୍ଭ କରିଥିଲା।ନିର୍ଦ୍ଧାରିତ ୨୦ ଓଭରରେ ପିବିକେଏସ୍‌ ୫ ଓ୍ବିକେଟ ହରାଇ ୧୮୯ ରନ୍‌ କରିଛି। ଫଳରେ ଆର୍‌ଆର୍‌ ପାଇଁ ବିଜୟ ଲକ୍ଷ୍ୟ ୧୯୦ ରନ୍‌ ରହିଛି।

ପିବିକେଏସ୍‌ ପକ୍ଷରୁ ଜନି ବୈରଷ୍ଟୋ ୪୦ ବଲ୍‌ରେ ୫୬ ରନ୍‌ କରିଛନ୍ତି। ଶିଖର ଧାଓ୍ବନ ୧୬ ବଲ୍‌ରେ ୧୨ ରନ୍‌, ଭାଙ୍କୁ ରାଜପାକ୍ଷେ ୧୮ ବଲ୍‌ରେ ୨୭ ରନ୍‌, ମୟଙ୍କ ଅଗ୍ରଓ୍ବାଲ ୧୩ ବଲ୍‌ରେ ୧୫ ରନ୍‌ କରିଛନ୍ତି। ସେହିପରି ଜିତେଶ ଶର୍ମା ୧୮ ବଲ୍‌ରେ ୩୮ ରନ୍‌ କରି ଅପରାଜିତ ରହିଛନ୍ତି।

Share