Categories: ଖେଳ

ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୨୪୬ ରନ…

ଧର୍ମଶାଳା,୧୭।୧୦ : ବିଶ୍ୱକପ ୨୦୨୩ର ୧୫ ତମ ମ୍ୟାଚ ହିମାଚଳପ୍ରଦେଶର ଧର୍ମଶାଳାର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳା ଯାଉଛି। ଟସ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବେଭୁମା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ନେଦରଲାଣ୍ଡ ଦଳ ବ୍ୟାଟିଂ ଅଧିନାୟକ ସ୍କଟ ଏଡଓ୍ବାଡଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଥିଲେ। ତେବେ ବର୍ଷା ଯୋଗୁ ଖେଳ ୪୩ ଓଭର କରିବାକୁ ମ୍ୟାଚ ଅମ୍ପାୟର ଘୋଷଣା କରିଥିଲେ।

ନେଦରଲାଣ୍ଡ ୪୩ ଓଭରରେ ୮ ଓ୍ବିକେଟ ହରାଇ ୨୪୫ ରନ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୨୪୬ ରନ ରହିଛି।

ନେଦରଲାଣ୍ଡ ପକ୍ଷରୁ ମାକ୍ସ ଓ ଡାଉଡ ୧୮ ରନ କରିଥିବାବେଳେ କୋଲିନ ଏକେମାନ ୧୩ ରନ, ସିବ୍ରାଣ୍ଡ ଏଞ୍ଜେଲ ବ୍ରେକ୍ଟ ୧୯, ତେଜା ନିଦାମନରୁ ୨୦, ସ୍କଟ ଏଡଓ୍ବାର୍ଡ ୭୮ ,ରୋଏଲଫ ଭାନେଡେର ମେରଓ୍ବେ ୨୯ ରନ କରିଥିଲେ।

Share