Categories: ଖେଳ

ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୭୪ ରନ୍‌…

ଦୁବାଇ, ୬।୯ : ଏସିଆ କପ୍‌-୨୦୨୨ ଟି-୨୦ ମ୍ୟାଚର ସୁପର ଫୋର୍‌ ଏ-୧ ଏବଂ ବି-୧ ମ୍ୟାଚ୍‌ରେ ମଙ୍ଗଳବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହୋଇଛି। ଦୁବାଇର ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଧାର୍ଯ୍ୟ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୭୩ ରନ୍‌ କରିଛି। ଫଳରେ ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୭୪ ରନ୍‌ ରହିଛି।

ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇ ପ୍ରଥମରୁ ବିପର୍ଯ୍ୟୟର ଶିକାର ହୋଇଥିଲା। ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକାଙ୍କ ନେତୃତ୍ୱରେ ଟିମ୍‌ ଶ୍ରୀଲଙ୍କା ବୋଲିଂରେ ଭାରତୀୟ ଦଳ ପାଇଁ ସମସ୍ୟା ସୃଷ୍ଟି କରିଥିଲେ।

ବିରାଟ କୋହଲି ୪ ଟି ବଲ ଖେଳି କୌଣସି ରନ୍‌ ନକରି ପାଭିଲିୟନ ଫେରି ଯାଇଥିବାବେଳେ କେଏଲ ରାହୁଲ ୭ ବଲ୍‌ ଖେଳି ୬ ରନ୍‌ କରି ଏଲବିଡବ୍ଲ୍ୟୁ ହୋଇଥିଲେ। ତେବେ ଅଧନାୟକ ରୋହିତ ଶର୍ମା ୪୧ ବଲ୍‌ରେ ୭୨ ରନ୍‌ ଏବଂ ସୂର୍ଯ୍ୟ କୂମାର ଯାଦବ ୨୯ ବଲରେ ୩୪ ରନ୍‌ ସଂଗ୍ରହ କରିଥିଲେ।

Share