Categories: ଖେଳ

ନେଦରଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୧୮ ରନ…

ମେଲବୋର୍ନ,୨।୧୧ : ଆଡିଲେଡରେ ଜିମ୍ବାୱେ ଏବଂ ନେଦରଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପର ୩୪ ତମ ମ୍ୟାଚ ଖେଳାଯାଉଛି। ଜିମ୍ବାୱେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଜିମ୍ବାୱେ ଦଳ ୧୯.୨ଓଭରରେ ୧୦ ଓ୍ବିକେଟ ହରାଇ ୧୧୭ ରନ୍‌ ସଂଗ୍ରହ କରିଛି। ଫଳରେ ନେଦରଲାଣ୍ଡ ପାଇଁ ଜିତିବା ଲାଗି ୧୧୮ ରନ୍‌ ବିଜୟ ଲକ୍ଷ୍ୟ ରହିଛି।

ଜିମ୍ବାୱେ ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ ସିକନ୍ଦର ରଜା ଜିମ୍ବାୱେ ପାଇଁ ସର୍ବାଧିକ ରନ ସଂଗ୍ରହ କରିଥିଲେ। ସେ ୨୪ ବଲରେ ୪୦ ରନ ସଂଗ୍ରହ କରିଥିଲେ। ଏହି ସମୟରେ ସେ ତିନୋଟି ଚୌକା ଓ ତିନି ଛକା ମାରିଥିଲେ। ତାଙ୍କ ବ୍ୟତୀତ ସଚିନ ୱିଲିୟମସନ ୨୩ ଟି ବଲରେ ୨୮ରନ ସଂଗ୍ରହ କରିଥିଲେ।

ନଅ ଜଣ ଜିମ୍ବାୱେ ବ୍ୟାଟ୍ସମ୍ୟାନ ଡବଲ ଫିଗରକୁ ଛୁଇଁ ପାରି ନ ଥିଲେ। ନେଦରଲାଣ୍ଡ ପାଇଁ ପଲ ୱାନ ମେକେରେନ ସର୍ବାଧିକ ତିନୋଟି ୱିକେଟ ନେଇଥିଲେ। ବ୍ରେଣ୍ଡନ ଗ୍ଲୋଭର, ଲୋଗାନ ୱାନ ୱିକ୍ସ ଏବଂ ଭାସ ଡି ଲିଡ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ଫ୍ରେଡ କ୍ଲାସେନଙ୍କୁ ଗୋଟିଏ ଓ୍ବିକେଟ ମିଳିଥିଲା।