ରାଜ୍ୟରେ ଶୀତ ଗାଏବ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ରାଜ୍ୟରେ ଶୀତ ଗାଏବ ହୋଇଯାଇଛି। ରାତ୍ରିର ସର୍ବୋଚ୍ଚ ତାପମାତ୍ରା ୨୦ରୁ ୨୨ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହୁଛି। ଗତ କିଛିଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ହ୍ରାସପାଇଛି। ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରୀ ବୃଦ୍ଧି ପାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୪.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ ୧୫.୫, ବଲାଙ୍ଗୀର ୧୫.୫, ଝାରସୁଗୁଡ଼ା ୧୫.୬, ଦାରିଙ୍ଗବାଡ଼ି ୧୬.୫, ବାରିପଦା ୧୬.୫, ହୀରାକୁଦ ୧୬.୬, ବରଗଡ଼ ୧୬.୬, ଦେବଗଡ଼ ୧୬.୯ ଏବଂ ଯାଜପୁରରେ ସର୍ବନିମ୍ନ ତାପମାତ୍ରା ୧୬.୯ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଥିବା ବେଳେ ପୁରୀରେ ସର୍ବାଧିକ ୨୨.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ ଓ କଟକ ଜିଲାର କେତେକ ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Share