ଖସୁଛି ପାରଦ, ବଢୁଛି ଶୀତ

ଦାରିଙ୍ଗବାଡି,୨୭।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପାରଦ ତଳମୁଁହା। ସହରରେ ସର୍ବନିମ୍ମ ତାପମାତ୍ରା ୧୬ଡିଗ୍ରୀ ରହିଥିବା ବେଳେ ସର୍ବାଧିକ ୧୯ ଡିଗ୍ରୀ ରହୁଥିବା ଜଣାପଡିଛି। ଶୀତଯୋଗୁଁ ଏବେ ଲୋକଙ୍କୁ ବିନା ଶୀତ ବସ୍ତ୍ର ଯାତାୟାତ କରିବା କଷ୍ଟ ହେଉଛି। ସନ୍ଧ୍ୟା ସମୟରେ ଶୀତ ବୃଦ୍ଧି ପାଇବା ସହ ସୁଲୁସୁଲିଆ ପବନ ବୋହୁଛି, ଫଳରେ ଶୀତ ଦ୍ବିଗୁଣିତ ହେଉଛି। ସେହିପରି ଦାରିଙ୍ଗବାଡିକୁ ପର୍ଯ୍ୟଟକ ବୁଲିବାକୁ ଆସିବା ଆରମ୍ଭ ହେଉଥିବା ବେଳେ ଅଧିକାଂଶ ବଙ୍ଗାଳି ପର୍ଯ୍ୟଟକ ରହିଛନ୍ତି। ଆଗକୁ ଶୀତ ବଢିଲେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଇବା ଆଶଙ୍କା କରାଯାଉଛି।

Share