ଦାରିଙ୍ଗବାଡି,୯।୧୨(ଡି.ଏନ.ଏ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଶୀତ ଫେରିଛି। ଶୁକ୍ରବାର ଏଠୋରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିଛି। ଚଳିତ ବର୍ଷ ଏହା ଦାରିଙ୍ଗବାଡିରେ ଏହା ସର୍ବନିମ୍ମ ତାପମାତ୍ରା ରେକର୍ଡ କରାଯାଇଥିବା ଜଣାପଡିଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରାତ୍ରୀ ଆଶ୍ରୟସ୍ଥଳୀ କରାଯାଇଥିବା ବିଡ଼ିଓ ଗଦାଧର ପାତ୍ର କହିଛନ୍ତି। ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ଘରେ ବାହାରେ ନିଆଁ ଲଗାଇ ବସୁଛନ୍ତି। ଏବେ ଶୁଖିଲା ପାଗ ଯୋଗୁ ଶୀତ ବୃଦ୍ଧି ପାଉଥିବା କୁହାଯାଉଛି।