Categories: ଜାତୀୟ

କଶ୍ମୀରରେ ଶୂନ ଡିଗ୍ରୀ ତାପମାତ୍ରା, ଜନଜୀବନ ଅସ୍ତବ୍ୟସ୍ତ

ଶ୍ରୀନଗର,୨୬ା୧୨: କଶ୍ମୀର ଉପତ୍ୟକାର ଗ୍ରାମାଞ୍ଚଳର ପାଗ ଜନଜୀବନକୁ ଅସ୍ତବ୍ୟସ୍ତ କର ପକାଇଛି। କାରଣ ଏଠାରେ ଏତେ ଥଣ୍ଡା ଯେ, ପ୍ରବଳ ବରଫ ପଡୁଛି। ଶୂନ ଡିଗ୍ରୀ ତଳେ ତାପମାତ୍ରା ରହିଛି। ଫଳରେ ପାଇପଲାଇନ୍‌ରେ ବରଫ ଜମାଟ ବାନ୍ଧିଥିବାରୁ ଗାଁ ଲୋକ ପାଣି ନେବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ପାଣି ପାଇଁ ବରଫ ଚାଦର ଉପରେ ଚାଲି ଦୀର୍ଘବାଟ ଯିବାକୁ ପଡୁଛି। ଗଛରୁ ପଡୁଥିବା କାକର ବୁନ୍ଦା ବି ବରଫରେ ପରିଣତ ହୋଇଯାଇଛି।

Share