ଦାରିଙ୍ଗବାଡି,୨୭।୧୧(ଡି.ଏନ୍.ଏ.): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଶୀତ ଫେରିଛି। ପାରଦ ତଳମୁହାଁ ହେବା ସହ କାକର ପଡିଛି । ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁର ସହାୟତା ନେଉଛନ୍ତି। କାମ ଧନ୍ଦାକୁ ଯିବା ମୁସ୍କିଲ ହୋଇ ପଡୁଛି। ସକାଳ ୮ଟା ପରେ ଖରା ପଡ଼ିଛି । ପ୍ରଶାସନ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ଯାତ୍ରୀ, ପଥଚାରୀଙ୍କ ପାଇଁ ଅସ୍ଥାୟୀ ରାତ୍ରୀ ଆଶ୍ରୟସ୍ଥଳୀ କରାଯାଇଛି। କୌଣସି ଲୋକ ଯେମିତି ଶୀତରେ ରାତିରେ ବାହାରେ ରହିବେ ନାହିଁ ସେ ସମ୍ପର୍କରେ ପ୍ରଶାସନ ତଦାରଖ କରୁଛି।
Posted inଆମ ଜିଲା ଖବର, ଗଞ୍ଜାମ, ରାଜ୍ୟ