ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍.ଏ.): କନ୍ଧମାଳ ଜିଲାକୁ ଗତ କିଛିଦିନର ବ୍ରବଧାନ ପରେ ପୁଣି ଶୀତ ଫେରିଛି ା ରବିବାର ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ ହୋଇ ୯ ଡିଗ୍ରୀରେ ପହଞ୍ଚିଛି ା ଫଳରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହେଉଛି। ଶୀତ ଯୋଗୁ ସକାଳୁ ଘରୁ ବାହାରିବା କଷ୍ଟ ହୋଇପଡ଼ିଛି ା
ସୂଚନାନୁଯାୟୀ, ଗତ କିଛିଦିନ ହେଲା ଲଘୁଚାପ ଜନିତ ବର୍ଷା ଏବଂ ପାଗ ମେଘୁଆ ଯୋଗୁ କେବଳ ଦିନରେ ଶୀତ ଅନୁଭୂତ ହେବା ତାପମାତ୍ରା ବୃଦ୍ଧି ପାଇ ୧୭ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢ଼ିବା ସହ ରାତିରେ ଶୀତ ଜଣାପଡୁ ନ ଥିଲା ା କିନ୍ତୁ ଏବେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବା ସହ ବିଳମ୍ବିତ ରାତି ଠାରୁ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ଶୀତ ଦ୍ୱିଗୁଣିତ ହୋଇଛି। ଚଳିତ ବଷ ଏହା ଦ୍ୱୀତିୟଥର ପାଇଁ ପାରଦ ଖସି ୯ରେ ପହଞ୍ଚିଥିବା ବେଳେ ପ୍ରଥମଥର ପାଇଁ ଚଳିତ ମାସ ୭ରେ ତାପମାତ୍ରା ୯.୫ ଡିଗ୍ରୀ ରହିଥିଲା ା