ଦାରିଙ୍ଗବାଡି,୧୬।୧୨(ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଘନ କୁହୁଡି ଶୀତର ପ୍ରକୋପକୁ ଆହୁରି ଦ୍ବିଗୁଣିତ କରିଦେଉଛି। କୁହୁଡି ଯୋଗୁ ଶନିବାର ଗାଡ଼ି ଚଳାଚଳରେ ସମସ୍ୟା ଦେଖାଦେଇଛି। ରାତିରେ ଯାତାୟତ କରୁଥିବା ଯାତ୍ରୀବାହୀ ବସ୍ଗୁଡିକ ଦାରିଙ୍ଗବାଡିରେ ବିଳମ୍ବରେ ପହଞ୍ଚିଛି। ଏପରିକି କୁହୁଡି ଯୋଗୁ ଆମ୍ବୁଲାନରେ ରୋଗୀଙ୍କୁ ଠିକ୍ ସମୟରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବାକୁ ଚାଳକମାନଙ୍କୁ ଅସୁବିଧା ହେଉଛି।
ଅସହ୍ୟ ଜାଡ଼ ସାଙ୍ଗକୁ ଘନ କୁହୁଡି ଲୋକଙ୍କ ସମସ୍ୟାକୁ ବଢାଇ ଦେଉଛି। ସୂଚନା ଯୋଗ୍ୟ, କିଛି ଦିନ ହେଲା ପାରଦ ତଳ ମୁହାଁ ହୋଇ ୧୦ ଡିଗ୍ରୀ ତଳେ ରହୁଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ଅସହ୍ୟ ଶୀତ ସହ ତାପମାତ୍ରା ୮ ଡିଗ୍ରୀ ତଳେ ରହୁଥିବା ଜଣାପଡିଛି।