ରାଜ୍ୟରେ ବଢିଲାଣି ଶୀତ

ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। ତେବେ ତାପମାତ୍ରା ସ୍ବାଭାବିକ ଭାବେ କମ୍‌ ରହୁଛି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ କୁହୁଡିର ଆସ୍ତରଣ ଦେଖାଯାଉଛି। ଓଡିଶାର ୬ଟି ସହରର ତାପମାତ୍ରା ଏବେ ୧୫ ଡିଗ୍ରୀ ତଳେ ରହିଥିବା ବେଳେ ଦାରିଙ୍ଗିବାଡିରେ ଅଧିକ ଶୀତ ହୋଉଥିବା ଜଣାପଡିଛି । ଏ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

ଦାରିଙ୍ଗିବାଡିରେ ତାପମାତ୍ରା ସର୍ବନିମ୍ନ ୯.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି କୋରାପୁଟରେ ୧୨.୨ ଡିଗ୍ରୀ, ଫୁଲବାଣୀରେ ୧୨.୬ ଡିଗ୍ରୀ, କେନ୍ଦୁଝରରେ ୧୪.୨ ଡିଗ୍ରୀ, ଟିଟିଲାଗଡରେ ୧୪.୩ ଡିଗ୍ରୀ, ଝାରସୁଗୁଡାରେ ରାତି ତାପମାତ୍ରା ୧୪.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଟ୍ବିନସିଟି ଭୁବନେଶ୍ବର ଏବଂ କଟକରେ ତାପମାତ୍ରା ଯଥାକ୍ରମେ ୧୭ ଏବଂ ୧୮ ଡିଗ୍ରୀ ରହିଛି । ଆସନ୍ତା ୯ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ଆଗକୁ ଅଧିକ ଶୀତ ହେବା ନେଇ କୁହାଯାଉଛି।

Share