ସେପ୍ଟେମ୍ବର ସରିଲାଣି: ଆସିନି ଶୀତ, ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳକୁ ଶୀତ ଆସିବାର ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଦିନକୁ ଦିନ ଜଳବାୟୁର ପରିବର୍ତ୍ତନର ପ୍ରଭାବରେ ବର୍ଷାର ଅନିୟମିତତା ସହ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଗରମ ଅନୁଭୂତି ହେବା ଆଉ ସେପ୍ଟେମ୍ବରରୁ ଶୀତ ଆରମ୍ଭ ହେଉଥିବା ନଜିର ରହିଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ସରିବାକୁ ବସିଲାଣି ଆଉ ୨ ଦିନ ପରେ ଅକ୍ଟୋବର ଆରମ୍ଭ ହେବ କିନ୍ତୁ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଅଦ୍ୟାବଧି ଶୀତ ପ୍ରବେଶ କରିନାହିଁ। ଫଳରେ ଅଞ୍ଚଳବାସୀ ନିରାଶ ହେବା ସହ ଶୀତର ମଜା ନେବାକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକମାନେ ନିରାଶ ହେଉଛନ୍ତି। ଆଉ କିଛିଦିନ ପରେ ଶାରଦୀୟ ଛୁଟି କାଟିବାକୁ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସିବାକୁ ପ୍ରସ୍ତୁତି ହୋଇ ଆଗୁଆ ହୋଟେଲ ବୁକିଂ କରିସାରିଥିବାବେଳେ ଯଦି ସେହି ଛୁଟି ସମୟ ସୁଦ୍ଧା ଶୀତ ଆସି ନ ଥାଏ ତେବେ ପର୍ଯ୍ୟଟକ ନିରାଶ ହେବା ଆଶଙ୍କା ରହିଛି।
ପ୍ରକାଶ ଯେ, ସେପ୍ଟେମ୍ବରରେ ଶୀତ ପ୍ରବେଶ କରିଥାଏ। ଏଥିପାଇଁ ଅଞ୍ଚଳବାସୀ ନୂଆ ଶୀତବସ୍ତ୍ର କିଣିବା ଆରମ୍ଭ କରିଥାନ୍ତି। ଆଉ କିଛି ଲୋକ ସାଇତି ରଖିଥିବା ଶୀତବସ୍ତ୍ରକୁ ଏହି ମାସରେ ବାହାର କରି ବ୍ୟବହାର କରିଥାନ୍ତି କିନ୍ତୁ ଏବେ ତାହା ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳୁଛି ଏବେ ପର୍ଯ୍ୟନ୍ତ ବିନା ଫ୍ୟାନ୍‌, କୁଲର ଆଉ ଏସିର ବ୍ୟବହାର ଜାରି ରହିଛି। ଯାହାକି ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ ପଡ଼ିଥିବା ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବ୍ୟାପକ ପ୍ଲାଷ୍ଟିକ୍‌, ପଲିଥିନ୍‌ ବ୍ୟବହାରର ମୁଖ୍ୟ କାରଣ ବୋଲି କୁହାଯାଉଛି। ଆଗକୁ ଶୀତ ପ୍ରବେଶ ନ କଲେ ଚଳିତବର୍ଷ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସିବାକୁ ମୁହଁ ଫେରାଇବେ ବୋଲି ଆଶଙ୍କା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଡିୟୁବାନ୍ଦା ଜଳପ୍ରପାତରେ କମୁଛି ଜଳସ୍ତର, ପର୍ଯ୍ୟଟକ ମୁହଁ ଫେରାଇବା ଆଶଙ୍କା

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ଜଳପ୍ରପାତ ରହିଛି। ସେଗୁଡିକ ମଧ୍ୟରୁ ପାଙ୍ଗାଲିର ଇନ୍ଦ୍ରଧନୁ ଜଳପ୍ରପାତ ସମେତ ପାଟାବାନ୍ଧା ଜଳପ୍ରପାତ, କିରିକୁଟି ଲଭର୍ସ...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମର ଫାଇଲ ଜବତ କଲା ଭିଜିଲାନ୍ସ

କେସିଙ୍ଗା,୨୯ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଭିଜିଲାନ୍ସ ବିଭାଗ ଶନିବାର କେସିଙ୍ଗା ବ୍ଲକ କଶ୍ରୁପଡା ପଞ୍ଚାୟତର ଘଣ୍ଟଶଳା ଗ୍ରାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର କେସ୍‌ ରେକର୍ଡ ଫାଇଲ ଜବତ...

ମାସିକ ୧୬ ବଦଳରେ ମିଳୁଛି ୧୧

ସୋନପୁର,୨୯।୯(ମୃତ୍ୟୁଞ୍ଜୟ ଶତପଥୀ): କିଶୋରୀମାନଙ୍କୁ ସ୍ବାସ୍ଥ୍ୟବାନ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା(ଏମ୍‌ଏସ୍‌ପି) ପ୍ରଣୟନ କରିଛନ୍ତି। ୧୫ ରୁ ୧୯ ବର୍ଷର ସମସ୍ତ...

ବନିତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ସାତସପନ

ରାଜକନିକା,୨୯ା୯(ସଞ୍ଜୟ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା କରୁଛନ୍ତି। ହେଲେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଞ୍ଚତ୍ ପାରୁନାହିଁ। ପ୍ରଶାସନ ଆଢୁଆଳରେ...

କୁମ୍ଭୀର ପାଇଁ ନଦୀକୂଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା,୨୯ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗ୍ରାମର ରଞ୍ଜିତ ମଣ୍ଡଳଙ୍କ ପୋଖରୀରେ ମଙ୍ଗଳବାର ଏକ ବଡ଼ କୁମ୍ଭୀର ପଶିଯାଇଥିଲା। ବନ...

ସଙ୍ଗଠନ ମଜଭୁତ କରିବାକୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର, ୨୯। ୯(ଅନୀଲ ଦାସ): ନୟାଗଡ଼ ଜିଲା ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ ଶନିବାର ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଜେଡି ସଭାପତି ତଥା...

ପାରାଦୀପଗଡ଼ରେ ଜଳ ନିଷ୍କାସନରେ ସମସ୍ୟା ଉତ୍କଟ

ପାରାଦୀପ,୨୯।୯(ଶରତ ରାଉତ): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାରାଦୀପଗଡ ପଞ୍ଚାୟତରେ ମାସାଧିକ ସମୟ ହେଲା ଗାଁରୁ ବର୍ଷାଜଳ ନିଷ୍କାସନ ହେଉନାହିଁ। ଗାଁ ଦାଣ୍ଡରେ ପାଣି...

ରାସ୍ତାରେ ନଦୀର ଭ୍ରମ

ଯାଜପୁର,୨୯ା୯ (ହର୍ଷବର୍ଦ୍ଧନ ବେହେରା): ସହରବାସୀ ଏବଂ ପର୍ଯ୍ୟଟକଙ୍କ ଅବସର ବିନୋଦନ ପାଇଁ ରାଜ୍ୟ ସରକାର ବ୍ୟାସ ସରୋବର ପ୍ରକଳ୍ପର ପରିକଳ୍ପନା କରିଛନ୍ତି। କିନ୍ତୁ ଏହି ପ୍ରକଳ୍ପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri