ପୁଣି ଲେଉଟିଲା ଶୀତ, ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ

ଜି.ଉଦୟଗିରି,୫ା୧(ଶିଶିର ପଟ୍ଟନାୟକ): କିଛିଦିନ ବ୍ୟବଧାନ ପରେ ପୁଣି ଜି.ଉଦୟଗିରିକୁ ଲେଉଟିଛି ଶୀତ। ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍‌ ରହିଛି ବୋଲି ଜି.ଉଦୟଗିରି କୃଷି ଗବେଷଣା କେନ୍ଦ୍ରରେ ଥିବା ପାଣିପାଗ ବିଭାଗ ଅଧିକାରଙ୍କ ଠାରୁ ଜାଣିବାକୁ ମିଳିଛି। ଗୁରୁବାର ୯.୪ ଡିଗ୍ରୀ ସେଲସିୟସ୍‌ ରହିଥିଲା। ପୁଣି ଥରେ ଶୀତ ଫେରିବା ଓ ଘନ କୁହୁଡ଼ି ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି। ସକାଳ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟ ହୋଇପଡୁଛି।

Share