ଦାରିଙ୍ଗବାଡିକୁ ଫେରିଲା ଶୀତ

ଦାରିଙ୍ଗବାଡି,୧୯।୧୨(ଡି.ଏନ.ଏ.): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣି ଶୀତ ଫେରିଛି। ସୋମବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ମ ତାପମାତ୍ରା ୯ ଡିଗ୍ରୀ ରହିଥିବା ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର କହିଛନ୍ତି । ଗତ ମଙ୍ଗଳବାର ଅଞ୍ଚଳରେ ସର୍ବନିମ୍ମ ତାପମାତ୍ରା ୧୬ ଡିଗ୍ରୀ ରହିଥିଲାବେଳେ ରବିବାର ଏହା କ୍ରମଶଃ ହ୍ରାସ ପାଇ ତାପମାତ୍ରା ୧୩ ଡିଗ୍ରୀ ରହିଥିଲା। ତେବେ ହଠାତ୍‌ ସୋମବାର ହ୍ରାସ ପାଇ ୯ ଡିଗ୍ରୀରେ ପହଞ୍ଚିଛି।
ସପ୍ତାହକ ମଧ୍ୟରେ ପାଗ ମେଘୁଆ ସାଙ୍ଗକୁ କୋହଲା ପବନ ସହ ଦୁଇ ଦିନ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ଏବେ ପାଗ ଶୁଖିଲା ସହ ଅପରାହ୍ନ୍ଣରୁ ଶୀତର ପ୍ରକୋପ ବୃଦ୍ଧିପାଉଛି।

Share