ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଚଳିତମାସ ୨୦ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହେବ। ଏହା ୨୦ରୁ ଆରମ୍ଭ ହୋଇ ୩୧ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ବଜେଟ୍ ଅଧିବେଶନ କାଣ୍ଟ୍ଛାଣ୍ଟ ହୋଇଥିଲା। ଏପରିକି ଅନେକ ବିଭାଗର ଖର୍ଚ୍ଚ ଦାବି ମଧ୍ୟ ଆଲୋଚନା ହୋଇପାରି ନ ଥିଲା। ରାଜ୍ୟରେ କରୋନା ସଂକ୍ରମଣ ସେତେବେଳେ ବୃଦ୍ଧି ପାଇଥିବାରୁ ମୌସୁମୀ ଅଧିବେଶନ ମଧ୍ୟ ଅଳ୍ପ ସମୟ ଚାଲିଥିଲା। ଯଦିଓ କରୋନା କମିଛି ତଥାପି ସମ୍ପୂର୍ଣ୍ଣ ମୂଳପୋଚ୍ଛ ହୋଇନାହିଁ। ତେଣୁ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ବିଧାୟକ, ବିଧାନସଭା କର୍ମଚାରୀ, ପୋଲିସ ଏବଂ ଖବରଦାତାମାନଙ୍କର କୋଭିଡ୍ ଟେଷ୍ଟ କରାଯିବ।