Categories: ଜାତୀୟ

ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ,୨୨।୧୨: ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ସଂସଦର ଶୀତ ଅଧିବେଶନ। ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାକୁ ସାଏନ୍‌ ଡାଏ ଘୋଷଣା କରାଯାଇଛି। ତେବେ ନିଲମ୍ବିତ ହୋଇଥିବା ୧୨ ଏମ୍‌ପିଙ୍କୁ ନେଇ ଗୃହରେ ବିରୋଧୀମାନେ ହଟ୍ଟଗୋଳ କରିଥିଲେ। ଏହାକୁ ନେଇ ହଙ୍ଗାମା ଜାରି ରହିଥିବାରୁ ଉଭୟ ଗୃହକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖାଯାଇଛି। ନଭେମ୍ବର ୨୯ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ୧୩ଟି ବିଲ୍‌(ଲୋକ ସଭାରେ ୧୨ ବିଲ୍‌ ଏବଂ ରାଜ୍ୟ ସଭାରେ ଗୋଟିଏ ବିଲ୍‌) ଆଗତ କରାଯାଇଥିଲା। ହେଲେ ଉଭୟ ଗୃହରେ ମୋଟ ୧୧ଟି ବିଲ୍‌ ପାରିତ ହୋଇଛି।

Share