Categories: ଜାତୀୟ

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୨୯ ।୧୧: କରୋନା ମହାମାରୀ ମଧ୍ୟରେ ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳିନ ଅଧିବେଶନ । କେନ୍ଦ୍ର ସରକାର ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିନେବା ଘୋଷଣା କରିବା ପରେ ବି ପ୍ରଥମ ଦିନର ଅଧିବେଶନରେ ହଙ୍ଗାମା ହେବା ଆଶଙ୍କା କରାଯାଉଛି । ଏପଟେ ପେଗାସସ ବିବାଦ, ମହଙ୍ଗାମାଡ, ବେକାରୀ ସମସ୍ୟା ଓ ଚାଇନା ସହ ସମ୍ପର୍କକୁ ନେଇ ବିରୋଧି ସରକାରଙ୍କୁ ଘେରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଂସଦର ଶୀତକାଳିନ ଅଧିବେଶନର ପ୍ରଥମ ଦିନରେ ଲୋକ ସଭାରେ ପାସ ହେବା ପରେ ୩ କୃଷି ଆଇନକୁ ପ୍ରତ୍ୟାହାର କରିବାର ବିଧେୟକ ସୋମବାର ରାଜ୍ୟ ସଭାରେ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି ।

Share