ନୂଆଦିଲ୍ଲୀ, ୨୨।୧୨: ସଂସଦର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ବୁଧବାର ଦିନ ଶେଷ ହୋଇଛି। ବୁଧବାର ଦିନ ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ପ୍ରଥମ ଦିନରୁ ଅଧିବେଶନ ହଟ୍ଟଗୋଳରେ ଆରମ୍ଭ ହୋଇଥିବାବେଳେ ହଟ୍ଟଗୋଳରେ ଶେଷ ହୋଇଛି। ସେହିପରି ରାଜ୍ୟ ସଭାକୁ ମଧ୍ୟ ସ୍ଥଗିତ ରଖାଯାଇଛି।
ସଂସଦୀୟ ସଚିବାଳୟ ସୂତ୍ରରୁ ପ୍ରକାଶ ଯେ ଯେହେତୁ ଗୃହର ସମସ୍ତ ସରକାରୀ ବୈଧାନିକ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇସାରିଛି। ତେଣୁ ଅଧିବେଶନକୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀର ଗୋଟିଏ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଉଛି। ଶୀତ ଅଧିବେଶନ ନଭେମ୍ବର ୨୯ ରେ ଆରମ୍ଭ ହୋଇଥିଲା ଏବଂ ଡିସେମ୍ବର ୨୩ ପର୍ଯ୍ୟନ୍ତ ଏହା ଜାରି ରଖିବାକୁ ସ୍ଥିର ହୋଇଥିଲା।