ଆମେରିକାରେ ଶୀତକାଳୀନ ଝଡ ନେଇ ସତର୍କ ସୂଚନା ଜାରି…

ଓ୍ବାଶିଂଟନ,୧୫।୧୨ : ଆମେରିକାର ଟେକ୍ସାସ, ଓକଲାହୋମା ଏବଂ ଲୁଇସିୟାନାର କିଛି ଅଂଶରେ ଘୂର୍ଣ୍ଣିବଳୟ ହେବାର କିଛି ଘଣ୍ଟା ପରେ ୟଏକ ଭୟଙ୍କର ଶୀତକାଳୀନ ଝଡ ସୃଷ୍ଟି ହୋଇଛି । ଏହା ଯୋଗୁ ବହୁ ବାସଗୃହ ଏବଂ ବ୍ୟବସାୟ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ୧୦୦୦ ଅଧିକ ବିମାନ ବିଳମ୍ବରେ ଉଡ଼ାଣ କରିଥିବାବେଳେ ୧୦୦ରୁ ଅଧିକ ବିମାନ ବାତିଲ ହୋଇଛି। ଘୂର୍ଣ୍ଣିବଳୟରେ ଦୁଇ ଜଣ ନିଖୋଜ ହୋଇଯାଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ଉତ୍ତର ଟେକ୍ସାସରେ ଶକ୍ତିଶାଳୀ ଝଡ ଦେଖିବାକୁ ମିଳିଛି। ଏଠାରେ ଫୋର୍ଟ ୱର୍ଥରେ ଜାତୀୟ ପାଣିପାଗ ସେବା କହିଛି ଯେ ଅବସ୍ଥା ଅତ୍ୟନ୍ତ ଖରାପ ଏବଂ କ୍ଷୟକ୍ଷତିର ଆକଳନ ପାଇଁ ପାଗ ଅନୁକୂଳ ନୁହେଁ। ଓକଲାହୋମାର ନୋରମାନର ଝଡ ପୂର୍ବାନୁମାନ କେନ୍ଦ୍ର ରିପୋର୍ଟ କରିଛି ଯେ ଲୁଇସିୟାନା, ମିସିସିପି, ଆଲାବାମା ଏବଂ ଫ୍ଲୋରିଡା ପାନହାଣ୍ଡଲେରେ ଅତ୍ୟନ୍ତ ଖରାପ ପାଗ ସୃଷ୍ଟି ହୋଇଛି। ମୋଣ୍ଟାନା ଠାରୁ ପଶ୍ଚିମ ନେବରାସ୍କା ଏବଂ କଲୋରଡୋରେ ତୁଷାର ଝଡର ସତର୍କ ସୂଚନା ଜାରି କରାଯାଇଛି। ଜାତୀୟ ପାଣିପାଗ ସେବା କହିଛି ଯେ ପଶ୍ଚିମ ଦକ୍ଷିଣ ଡାକୋଟା ଏବଂ ଉତ୍ତର-ପଶ୍ଚିମ ନେବରାସ୍କାର କିଛି ଅଞ୍ଚଳ ୨ ଫୁଟ (୬୧ ସେମି) ତୁଷାରପାତ ହେବାର ସମ୍ଭାବନା ରହିଛି।

Share