ଭୁବନେଶ୍ୱର,୨୮।୧(ବ୍ୟୁରୋ): ରାଜ୍ୟରେ ପୁଣି ବଢ଼ିବ ଶୀତ। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ରାତିରେ ତାପମାତ୍ରା ହ୍ରାସ ପାଇବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଘନ କୁହୁଡ଼ି ସହ ଶୀତ ଲହର ନେଇ ୧୩ ଜିଲାକୁ ୟେଲୋ ଓ୍ବାଣ୍ଣିଂ ଜାରି କରାଯାଇଛି। ସେହି ଜିଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ବଲାଙ୍ଗୀର ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ। ଏହା ସହ ମାଲକାନଗିରି, କଳାହାଣ୍ଡି ଓ କନ୍ଧମାଳର କିଛି ସ୍ଥାନରେ ଘନ କୁହୁଡ଼ି ଆଶଙ୍କା କରାଯାଇଛି। ରାତିରେ ସତର୍କ ରହିବା ସହ ବାଇକ୍ରେ ଯା’ ଆସ ନ କରିବାକୁ ପରାମର୍ଶ ଦିଆଯାଇଛି।